Latest Odisha News

ପଞ୍ଚାୟତ ରେଜଲ୍ଟ: ୮୫୧ରୁ ୭୪୩ ସିଟରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତ । ଚାରିଆଡ଼େ ଶଙ୍ଖନାଦ । ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଦମ୍ ଦେଖାଇଛନ୍ତି ବିଜେଡି ପ୍ରାର୍ଥୀ । ବିରୋଧୀ ଚିତପଟାଙ୍ଗ ମାରିଛନ୍ତି । ସବୁ ରେକର୍ଡ ଭାଙ୍ଗିଛି ବିଜେଡି । ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି । ବର୍ତ୍ତମାନ ସୁଦ୍ଧା ୮୫୧ ଜିଲ୍ଲା ପରିଷଦ ଆସନରୁ ୮୨୯ ଆସନରେ ଫଳାଫଳ ପ୍ରକାଶ ପାଇଛି ।

ବିଜେଡି ପ୍ରାର୍ଥୀ ୭୪୩ ଆସନରେ ବିଜୟୀ ହୋଇଛନ୍ତି । ଅର୍ଥାତ୍ ୮୭ ପ୍ରତିଶତ ଆସନରେ ବାଜି ମାରିଛି ବିଜେଡି । ବିଜେପି ୪୨, କଂଗ୍ରେସ ୩୭ ଜିଲ୍ଲା ପରିଷଦ ସିଟରେ ଜିତିଛନ୍ତି । ଅନ୍ୟାନ୍ୟ ୭ଟି ସିଟରେ ବିଜୟୀ ହୋଇଛନ୍ତି । ୧୦ ଜିଲ୍ଲାରେ ବିଜେପି ଓ ୧୮ ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରି ନାହାନ୍ତି ।

Comments are closed, but trackbacks and pingbacks are open.