Latest Odisha News

BREAKING NEWS

ସ୍ମୃତିରେ ବିଜୁ ପଟ୍ଟନାୟକ; ଜାଣନ୍ତୁ ତାଙ୍କ ଜୀବନର ଘଟଣାବଳୀ ବିଷୟରେ

ଭୁବନେଶ୍ୱର: ବିଜୟାନନ୍ଦ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ ନାମରେ ଜଣାଯାଏ । ଆଧୁନିକ ଓଡିଶାର ନିର୍ମାତା ରୂପେ ପ୍ରସିଦ୍ଧ ରାଜନେତା ଓ ଉଦ୍ୟୋଗପତି ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକରେ ହୋଇଥିଲା । ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଏ ।

ସେ ଆରମ୍ଭରୁ ହିଁ ବଡ ସାହସୀ ପ୍ରବୃତ୍ତିର ଥିଲେ । ସେ ସ୍ନାତକ ଶିକ୍ଷା ଅଧାରୁ ଛାଡି ପାଇଲଟ ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଇଂରେଜଙ୍କ ବାୟୁସେନାରେ କାମ କରିଥିଲେ । ଯୁଦ୍ଧ ସରିବା ପରେ ସେ ରାଜନୀତି ଓ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କଲେ । ସେ ‘କଳିଙ୍ଗ ଏଣ୍ଟରପ୍ରାଇଜେସ୍‌’ର ସ୍ଥାପନା କଲେ । କିଳଙ୍ଗ ଏୟାରଲାଇନ ନାମକ ବିମାନ ବନ୍ଦର ମଧ୍ୟ ପ୍ରତିଷ୍ଠା କରିଥିଲେ ।

ଆସନ୍ତୁ ଜାଣିବା ତାଙ୍କ ଜୀବନର ଘଟଣାବଳୀ:-

୧୯୧୬: କଟକରେ ଜନ୍ମ ଗ୍ରହଣ କରିଥିଲେ

୧୯୨୭: ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କଲେ

୧୯୪୦-୧୯୪୨: ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ମୁଖ୍ୟ ରୂପେ ସେବା ଦେଲେ

୧୯୪୧: ଜାପାନ ଦ୍ୱାରା ମିଆଁମାର ଦଖଲ ପରେ ବ୍ରିଟିଶ ନାଗରିକଙ୍କୁ ସ୍ୱାଧୀନ କଲେ

୧୯୪୩: ଭାରତ ଛାଡ ଆନ୍ଦୋଳନ ସମୟରେ ଜେଲ ଯାଇଥିଲେ

୧୯୪୬: ଓଡିଶା ବିଧାନସଭାକୁ ନିର୍ବାଚିତ ହେଲେ

୧୯୫୨: କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସ୍ଥାପନା କଲେ

୧୯୬୧-୧୯୬୩: ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ

୧୯୭୫: ଜରୁରୀକାଳୀନ ପରିସ୍ଥିତି ପାଇଁ ଜେଲ ଯିବାକୁ ପଡିଥିଲା

୧୯୭୭: ଜେଲରୁ ଫେରି ସଂସଦର ସଦସ୍ୟ ନିର୍ବାଚିତ ହେଲେ

୧୯୭୭-୧୯୭୯: କେନ୍ଦ୍ରରେ ଇସ୍ପାତ ଓ ଖନନ ମନ୍ତ୍ରୀ ହେଲେ

୧୯୮୦: ଲୋକସଭାର ସଦସ୍ୟ ହେଲେ

୧୯୯୦-୧୯୯୫: ଓଡିଶାର ମୁଖ୍ୟମନ୍ତ୍ରୀ ହେଲେ

୧୯୯୬: ଲୋକସଭା ପାଇଁ ପୁନଃ ନିର୍ବାଚିତ ହେଲେ

୧୯୯୭: ଶ୍ୱାସ ଓ ହୃଦ୍ ଜନିତ ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ

Leave A Reply

Your email address will not be published.