Latest Odisha News

ଚୀନ ବାହାର କଲା କରୋନା ଭାଇରାସର ପ୍ରତିଷେଧକ ଟୀକା !

ବେଜିଂ: ଚୀନ ବୁଧବାର ଦୃଢ଼ତା ସହକାରେ କହିଛି ଆମେ କରୋନା ଭାଇରସ (କୋଭିଡ-୧୯)ର ପ୍ରତିଷେଧକ ଟୀକା ବାହାର କରିଛୁ । ଖୁବ୍ ଶୀଘ୍ର ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ସ୍ଥାନୀୟ ଏକ ଟେଲଭିଜନ ରିପୋର୍ଟ ପ୍ରକାଶ କରିଛି । ପ୍ରାୟ ଏକ ମାସ ଧରି ଲିବେରେଶନ ଆର୍ମିର ମେଡିକାଲ ଷ୍ଟାଫ ଆକ୍ଳାନ୍ତ ପରିଶ୍ରମ କରି ଏହାକୁ ବାହାର କରିଛନ୍ତି ବୋଲି ମେଜର ଶେନ ୱେଇ କହିଛନ୍ତି ।ସେ ଉପରୋକ୍ତ ମେଡିକାଲ ଟିମର ମୁଖ୍ୟ । ରିପୋର୍ଟ ମୁତାବକ ସାର୍ସ ଓ ଇବୋଲା ପରି ମାରାତ୍ମକ ଭାଇରସରୁ ବଂଚିବା ଏହି ଟିମ୍ ପ୍ରତିଷେଧକ ଟୀକା ବାହାର କରିଥିଲା । ଏହି ଟିମରେ ୨୬ ବିଶେଷଜ୍ଞ, ୫୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଓ ୫୦୦ ଅଭିଜ୍ଞ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ ଏହି ରିପୋର୍ଟର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.