Latest Odisha News

BREAKING NEWS

ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ

ସୁବର୍ଣ୍ଣପୁର : ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଡ଼ଝିଙ୍କି ନିକଟରେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ବାରା ଏହି ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି । ଜଙ୍ଗଲ ବିଭାଗ ଦ୍ବାରା ପଞ୍ଚବଟୀ ଉଦ୍ୟାନ ୧୨.୮ ହେକ୍ଟର ଜମିରେ ତିଆରି କରାଯାଇଥିବା ବେଳେ ଏହି ଉଦ୍ୟାନରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଲଗାଯାଇଛି ।

ଏହି ଉଦ୍ୟାନରେ ଶିଶୁ ମାନଙ୍କ ମନୋରଂଜନ ତଥା ଖେଳକୂଦ ପାଇଁ ଏକ ଶିଶୁ ଉଦ୍ୟାନ କରାଯାଇଛି । ଏହାସହ ଏକ କଫି ହାଉସ ମଧ୍ୟ କରାଯାଇଛି । ଏପରିକି ଆଗକୁ ଏହି ଉଦ୍ୟାନରେ ଏକ ଟୟ ଟ୍ରେନର ବ୍ୟବସ୍ଥା କରାଯିବା ସହିତ ଏକ୍ୟୁଆରିୟମ କରାଯାଇ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି ।

ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ଡେଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଜଙ୍ଗଲ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ ।ତେବେ ଏହି ଉଦ୍ୟାନ ସହର ଠୁ ଦୁଇ କିଲୋମିଟର ଦୂରରେ ଥିବାବେଳେ ଆଗକୁ ଏହାକୁ ଅଧିକ ଆକର୍ଷଣୀୟ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ କହିଛନ୍ତି ।

 

Leave A Reply

Your email address will not be published.