Latest Odisha News

BREAKING NEWS

ବାଗଦେବୀଙ୍କ ସାମ୍ନାରେ ଦୁଇ ସନ୍ତାନଙ୍କ ସହ ସେଲ୍ଫି ନେଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେ’ । ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ । ଏହାର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢୀରେ ନଜର ଆସିଛନ୍ତି। ପାଖରେ ଦୁଇ ସନ୍ତାନ । ଫଟୋରେ ସେ ଛାେଟ ଶିଶୁକୁ ନିଜ କୋଳରେ ଧରିଛନ୍ତି  । ଅନ୍ୟ ଜଣେ ପାଖରେ ବସିଛନ୍ତି ।  ପୂଜା ସମୟରେ ରାଣୀ ମୁଖାର୍ଜୀ ପିଲାମାନଙ୍କ ସହ ମୋବାଇଲରେ ସେଲଫି ନେଉଥିବାର ନଜର ଆସିଛନ୍ତି। ରିଅଲ ନୁହେଁ ଏ ହେଉଛି ରିଲ ସିନ ।ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେର ଏକ ଦୃଶ୍ୟ ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

‘ମିସେସ ଚାଟାର୍ଜୀ ଭରସେସ ନରୱେ’ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ  ରାଣୀଙ୍କୁ ଜଣେ ମା’ଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯିଏ କି  ପିଲାଙ୍କ ପାଇଁ ସମସ୍ତ ପ୍ରକାରର ଅସୁବିଧାକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ଅଛନ୍ତି ।  ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଦେଶ ଦେଶ ସହ ଲଢୁଛନ୍ତି ।

ରାଣୀ ମୁଖାର୍ଜୀଙ୍କ ବ୍ୟତୀତ ଏଥିରେ ଅନିର୍ବନ ଭଟ୍ଟାଚାର୍ଯ୍ୟ ମଧ୍ୟ ନଜର ଆସିବେ।  ଏହା ପୂର୍ବରୁ ରାଣୀ ମୁଖାର୍ଜୀ ଶେଷ ଥର ପାଇଁ ବଣ୍ଟି ଓର ବବଲି ୨ ଚଳଚ୍ଚିତ୍ରରେ ନଜର ଆସିଥିଲେ ଯେଉଁଥିରେ ସେ ସୈଫ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ କାମ କରିଥିଲେ।

ସରସ୍ୱତୀ ପୂଜା ଅବସରରେ  ଏହି ଫଟୋଟିକୁ ଜି ଷ୍ଟୁଡିଓ ପକ୍ଷରୁ ସେୟାର କରାଯାଇଛି ।

Leave A Reply

Your email address will not be published.