Latest Odisha News

BREAKING NEWS

ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ।

ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପାପନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ କରିଥାନ୍ତି। ଏହି ବେଶରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ଚୁଳ ଧାରଣ କରିଥାନ୍ତି। ଏହି ଚୁଳରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇଥାଏ। ସୁବର୍ଣ୍ଣ କିଆ ଗୁଡିକ ଲାଗିଥିବାରୁ ଏହାକୁ ଆଡକିଆ ବେଶ ମଧ୍ୟ କୁହାଯାଏ। ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ତଥା ଅନେକ ଅଳଙ୍କାରରେ ଶ୍ରୀଜୀଉ ବିଭୂଷିତ ହୋଇ ଥାନ୍ତି।

ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଭଳି ଏକ ଧାରାରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ସେହିପରି ସେ ଏକ ଧାରାରେ ଲକ୍ଷ୍ମୀ ନୃସିଂହ ମଧ୍ୟ। ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କ ଏହିବେଶ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ଘଟିଛି ।

Leave A Reply

Your email address will not be published.