Latest Odisha News

BREAKING NEWS

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସର ଆଜି ଶେଷ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଆଉ ମାତ୍ର ଗୋଟିଏ ଦିନପରେ ପଞ୍ଚୁକ ଶେଷ ହେଉଥିବାରୁ ମହାପଭୁଙ୍କ ଦର୍ଶନ ପାଇଁ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି ।

ଆଜି ବଡି ଭୋରୁ ବିଭିନ୍ନ ଶୈବପୀଠଗୁଡିକର ଦ୍ୱାରଫିଟା ହୋଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପୁରୀରେ ଶ୍ରୀଜିଉମାନେ ଲକ୍ଷ୍ମୀନୃସିଂହ ବେଶରେ ପୂଜା ପାଉଛନ୍ତି ।

ଯାହାକୁ ଦର୍ଶନ ପାଇ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି ।

ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧବଳେଶ୍ୱର ଓ ଶ୍ରୀକ୍ଷେତ୍ରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ଧର୍ମମାସ ପଞ୍ଚୁକ ଅବସରରେ ଗୃହିଣୀମାନେ ବଡି ଭୋରରୁ ଉଠି ଚଉଁରାମୁଳରେ ମୁରୁଜ ଆଙ୍କି ପୂଜାର୍ଚ୍ଚନା କରିଥାନ୍ତି ।

Leave A Reply

Your email address will not be published.