Latest Odisha News

BREAKING NEWS

ନିଆରା ବାହାଘର: ଗୁଗୁଲ ମିଟରେ ଯୋଗଦେବେ ନିମନ୍ତ୍ରିତ ଅତିଥି, ଜୋମାଟୋରେ ପହଞ୍ଚିବ ଖାଦ୍ୟ

କୋଲକାତା: କରୋନା ମହାମାରୀ ଆମ ଜୀବନକୁ ବଦଳାଇଦେଇଛି । ଜୀବିକା ସହ ସାଧାରଣ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା ମଧ୍ୟରେ ମହାମାରୀ ସମୟରେ ବିବାହ ପଦ୍ଧତିକୁ ମଧ୍ୟ ବଦଳାଇଦେଇଛି । ସମସ୍ତଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ଅନେକ ଦମ୍ପତ୍ତି ବର୍ତ୍ତମାନ ଘରେ ବିବାହ କିମ୍ବା ଭର୍ଚୁଆଲ ୱେଡ଼ିଂରେ ବିବାହ କରୁଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଏହିପରି ଏକ ଦମ୍ପତ୍ତି ଙ୍କ ପ୍ରସ୍ତୁତିର ଉଦାହରଣ ଦେଖିବାକୁ ମିଳିଛି । ଜାନୁଆରୀ ୨୪ରେ ପଶ୍ଚିମବଙ୍ଗର ବର୍ଡ଼ୱାନ ଜିଲ୍ଲାରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦୁଇ ଦମ୍ପତ୍ତି । ଗୁଗୁଲ୍ ମିଟରେ ୩୫୦ଜଣ ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି ।

ସନ୍ଦିପନ୍ ସର୍କାର ଓ ଅଦିତି ଦାସ ବିବାହ କରିବେ । ଶହେ ଜଣେ ଅତିଥି ଶାରିରୀକଭାବେ ଉପସ୍ଥିତ ରହିବେ । ଆଉ ୩୫୦ ଅତିଥି ଗୁଗୁଲ ମିଟ୍ ମାଧ୍ୟମରେ ସମାରୋହରେ ଯୋଗଦେବେ । ଅତିଥିମାନଙ୍କ ସହିତ ଦୁଇଟି ଲିଙ୍କ୍ ଅଂଶୀଦାର ହେବ । ଏହାସହ ବିବାହର ଭୋଜି ମଧ୍ୟ ମିସ୍ କରିବେନି । ଜୋମାଟୋ ମାଧ୍ୟମରେ ସମସ୍ତ ଅତିଥିଙ୍କ ଘରେ ପହଞ୍ଚିବ ଖାଦ୍ୟ । ଜୋମାଟୋ ପକ୍ଷରୁ ମଧ୍ୟ ଏହିଭଳି ଏକ ଉଦ୍ୟମକୁ ପ୍ରଶଂସା କରାଯାଇଛି ।

ସନ୍ଦୀପନ୍ କହିଛନ୍ତି କୋଭିଡ଼ରେ ଆକ୍ରାନ୍ତ ହୋଇ ୪ ଦିନ ହସ୍ପିଟାଲରେ ରହିଥିବା ସମୟରେ ଡ଼ିଜିଟାଲ ମାଧ୍ୟମରେ ବାହାଘର କରିବା କଳ୍ପନା ତାଙ୍କ ମନକୁ ଆସିଥିଲା । ଆମେମାନେ ପୂର୍ବବର୍ଷ ବାହାଘର ପାଇଁ ଯୋଜନା କରିଥିଲୁ । ହେଲେ କରୋନା ମହାମାରୀ ସମସ୍ୟା ଯୋଗୁଁ ହୋଇପାରିଲାନାହିଁ । ଏହି ସମୟରେ ମୋ ପରିବାର ଏବଂ ଅତିଥିମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଦୁଃଖିତ ହୋଇଥିଲି । ମହାମାରୀବେଳେ ବଡ଼ ଆକାରରେ ଆୟୋଜନ ନକରିବା ପାଇଁ ଏହିଭଳି ଏକ ପଦକ୍ଷେପ ନେବାକୁ ଚିନ୍ତା କରିଥିଲି ।

ଏହା ପୂର୍ବରୁ ତାମିଲନାଡ଼ୁରେ ମଧ୍ୟ ଏକ ଦମ୍ପତ୍ତି ଘୋଷଣା କରିଛନ୍ତି । ବିବାହ ରିସେପସନ ମେଟାଭର୍ସ ଡ଼ିଜିଟାଲ ମାଧ୍ୟମରେ ପ୍ରସାରଣ କରିବେ । ଦୀନେଶ ଏସ.ପି ଏବଂ ଜନଗାନନ୍ଧିନୀ ରାମାସ୍ୱାମୀ ଫେବୃଆରୀ ୬ରେ ତାମିଲନାଡ଼ୁର ସିଭାଲିଙ୍ଗାପୁରମ୍ ଗାଁରେ ବିବାହ କରିବେ । ହେଲେ ହୋଗୱାର୍ଟସ୍ ଥିମ୍ ବିବାହ ରିସେପସନ୍ ମେଟାଭର୍ସରେ ହେବ ।

Comments are closed.