Latest Odisha News

BREAKING NEWS

ଭାରତ ସମ୍ମୁଖରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ପାର୍ଲ: ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୯୭ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବୁଭାମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ବୁଭାମା ଓ ରାସି ଡାନ ଡେର ହୁସେନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳ ପାଇଁ ବଡ ସ୍କୋର କରିପାରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ । ବାଭୁମା ୧୧୦ ଓ ଡୁସେନ ୧୨୯ ରନର ଇନିଂସ ଖେଳିଥିଲେ ।

BjdElectrycity

ଯଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ କେଏଲ ରାହୁଲ ଭାରତ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ବିରାଟ କୋହଲି ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି । ୧-୨ରେ ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବ ବୋଲି ଆଶା କରାଯାଉଛି । ଭେଙ୍କେଟେଶ ଆୟାରଙ୍କ ଆନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ ହୋଇଛି ।

Comments are closed, but trackbacks and pingbacks are open.