Latest Odisha News

BREAKING NEWS

‘ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି, ଓଡିଶାବାସୀ ସ୍ଥିର କରିବେ କିଏ ହେବ ଉତ୍ତରାଧିକାରୀ’

ଭୁବନେଶ୍ବର: ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ।ଏଥର ବିଧାନସଭା ଓ ଲୋକସଭା ଉଭୟରେ କଡା ଟକ୍କର । ବାରମ୍ବାର ଓଡ଼ିଶା ଆସି ୨୫ ବର୍ଷ ସରକାର ବଦଳାଇ ଦେବୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଡିବୁ ବୋଲି ଦୃଢୋକ୍ତ କରୁଛନ୍ତି କେନ୍ଦ୍ରୀୟ ବିଜେପୀ ନେତା  । ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ନେଇ କଡା ମନ୍ତବ୍ୟ ଦେଉଥିବା ବେଳେ, ଏବେ ସିଧା ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି । କଂଗ୍ରେସ ମଧ୍ୟ ସେହି ସମାନ କଥା କହୁଛି ଏଥର ଓଡିଶାରେ କଂଗ୍ରେସ ସରକାର ଗଢିବ । ବିଜେପି ଓ ବିଜେଡିର ପାର୍ଟନରସିପଙ୍କୁ ଭାଙ୍ଗିବ ।

ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଖବରସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର କହିଛନ୍ତି । ଯେଉଁଥିରେ ଏ ସବୁକୁ ଭିତ୍ତିହୀନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆହୁରି ମଧ୍ୟ ଉପସ୍ଥାପିକା ଜଣଙ୍କ ବିଜେଡି ନେତା ପାଣ୍ଡିଆନ କ’ଣ ତାଙ୍କ ଉତ୍ତରାଧିକାରୀ ପଚାରିବାରୁ ଏହାକୁ ମଧ୍ୟ ଭିତ୍ତିହୀନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି । ମୋ ଉତ୍ତରାଧିକାରୀ କିଏ ହେବ ତାହା ଓଡିଶାବାସୀ ସ୍ଥିର କରିବେ । ଏହା ସହିତ ତାଙ୍କ ସ୍ୱାସ୍ଥ୍ୟଉପରେ ଉଠୁଥିବା ପ୍ରଶ୍ନର ଜବାବ ମଧ୍ୟ ରଖିଛନ୍ତି । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି । ଭୋଟ୍ ପାଇବା ପାଇଁ ବିରୋଧି ଦଳ ଏପରି ସବୁ ମିଛ ପ୍ରଚାର କରୁଛନ୍ତି ।

ଏହା ସହିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠ ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଛନ୍ତି ।

Comments are closed.