Latest Odisha News

BREAKING NEWS

କର୍ମୀମାନଙ୍କୁ ପାଣ୍ଡିଆନଙ୍କ ଆଶ୍ବାସନା; ‘ପ୍ରାର୍ଥୀମାନଙ୍କୁ ଅଧିକ ମାର୍ଜିନରେ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ’

ଜଗତସିଂହପୁର: ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ ବୋଲି ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିଜେପି ଦଳ ମେନିଫେଷ୍ଟୋରେ ଲେଖିଛି ସେମାନେ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରିବେ । ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ମାତ୍ର ୨ କୋଟି ପରିବାର ଏଥିରେ ସାମିଲ ହୋଇପାରିବେ, ଅଧା ଲୋକ ଉପକୃତ ହେବେ ।

ବିଏସକେୱାଇ ଯୋଜନାରେ ଓଡ଼ିଶାର ୯୮ ପ୍ରତିଶତ ଲୋକ ଉପକାର ପାଉଛନ୍ତି । ଆପଣ ଏବେ ଚିନ୍ତା କରନ୍ତୁ, ଆପଣଙ୍କର ଅଧା ଦରକାର ନା ପୁରା ଦରକାର ବୋଲି ଜନତାଙ୍କୁ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି । ସେ ପୁଣି କହିଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ ।

ପାଣ୍ଡିଆନ କହିଛନ୍ତି, ପ୍ରତି ମହିଳାଙ୍କୁ ୫୦ ହଜାର ଦେବେ । ପୂର୍ବ ନିର୍ବାଚନ ସମୟରେ କହିଥିଲେ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ, କୁଆଡ଼େ ଗଲା ? ତାଙ୍କୁ ପଚାରିବେ ? ମିଛ କଥାରେ ଜମା ପଡ଼ିବେ ନାହିଁ ବୋଲି ଲୋକଙ୍କୁ ପାଣ୍ଡିଆନ କହିଛନ୍ତି । କର୍ମୀମାନଙ୍କୁ କହିଲେ ଅଧିକ ମାର୍ଜିନରେ ପ୍ରାର୍ଥୀମାନଙ୍କୁ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ ।

ତେବେ ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଛନ୍ତି ।

Leave A Reply

Your email address will not be published.