ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଥିଲେ । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟତମ ସହଯୋଗୀ ମଧ୍ୟ ଥିଲେ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୂଣ୍ୟତିଥି ଅବସରରେ ଆସନ୍ତୁ ତାଙ୍କ ବିଷୟରେ ଓ ସମାଜ ପ୍ରତି ତାଙ୍କର ଯୋଗଦାନ ବିଷୟରେ ମନେ ପକେଇବା ।
୧. ପୁରୀ ଜିଲ୍ଲା ସତ୍ୟବାଦୀ ନିକଟସ୍ଥ ରାମପୁର ଶାସନରେ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ନୀଳକଣ୍ଠ ଦାସ ।
୨.ସାତ ଝିଅଙ୍କ ପରେ ପୁଅ ହୋଇଥିବାରୁ ଭଗବାନ ଶିବଙ୍କ ନାମ ଅନୁସାରେ ବାପା ମାଆ ତାଙ୍କ ନାଁ ନୀଳକଣ୍ଠ ରଖିଥିଲେ।
୩.ନୀଳକଣ୍ଠଙ୍କ ପରିବାର ଦାରିଦ୍ର୍ୟତାରେ ଦିନ କଟୁଥିଲେ ।
୪.ଗାଁର ଚାଟଶାଳୀ ହିଁ ନୀଳକଣ୍ଠଙ୍କ ପ୍ରଥମ ବିଦ୍ୟାଳୟ ଅଟେ । ପିଲାଟିବେଳୁ ସେ ବହୁତ ବୁଦ୍ଧିମାନ ଥିଲେ ।
୫. ସେ ତାଙ୍କ କକ୍ଷର ସବୁଠୁ ସାନ ଛାତ୍ର ଥିଲେ । ଯେଉଁଥିପାଇଁ କକ୍ଷର ବଡ଼ ପିଲାମାନେ ତାଙ୍କୁ ବହୁତ ହଇରାଣ କରନ୍ତି ।
୬.ସ୍କୁଲ ସମୟରେ ସେ ବଙ୍ଗାଳି, ଇଂରାଜୀ ଓ ସଂସ୍କୃତ ଭାଷା ଶିଖିଥିଲେ ।
୭.ସତ୍ୟବାଦୀ ବିଦ୍ୟାଳୟରୁ ସେ ଶିକ୍ଷକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।
୮.ସେ ‘ସେବା’ ନାମକ ଏକ ସାପ୍ତାହିକ ପ୍ରକାଶିତ କରାଉଥିଲେ । ସେ ସମୟର ମାସିକ ସାହିତ୍ୟ-ଆଧାରିତ ପତ୍ରିକା ‘ନବଭାରତ’ର ସେ ସମ୍ପାଦକ ମଧ୍ୟ ଥିଲେ ।
୯.ସେ ସମ୍ବଲପୁରରେ ଏକ ରାଷ୍ଟ୍ରୀୟ ବିଦ୍ୟାଳୟର ସ୍ଥାପନ ମଧ୍ୟ କରିଥିଲେ ।
୧୦.ଗୋପବନ୍ଧୁ ଦାସଙ୍କଠାରୁ ପ୍ରେରଣା ପାଇ ସେ ରାଜନୀତିରର ପ୍ରବେଶ କରିଥିଲେ ।
୧୧.ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମୃତ୍ୟୁ ପରେ ପଣ୍ଡିତ ନୀଳକଣ୍ଠ ଦାସ ଭାରତୀୟ ଜାତୀୟ କଂଗ୍ରେସର ଓଡିଶା ରାଜ୍ୟର ଭାର ସମ୍ଭାଳି ଥିଲେ ।
୧୨. ସେ ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ (୧୯୨୫-୩୦) ଚୟନ ହୋଇଥିଲେ ।
୧୩.ସେ ୧୯୩୫-୪୦ ମଧ୍ୟରେ ହୋଇଥିବା ସତ୍ୟାଗ୍ରହ ଆନ୍ଦୋଳନର ସାମିଲ ଥିଲେ ।
୧୪.ସେ ଓଡିଶା ସାହିତ୍ୟ ଏକାଡେ଼ମୀର ମଧ୍ୟ ଅଧ୍ୟକ୍ଷ ଥିଲେ ।
୧୫ ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପା ସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦିଙ୍କୁ ପଞ୍ଚସଖା କୁହାଯାଏ ।
Comments are closed.