Latest Odisha News

BREAKING NEWS

ପେଡିକିଓର କରାଇବା ପରେ କେମିତି ନେବେ ପାଦର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ପାଦକୁ ଅଧିକ ସୁନ୍ଦର କରିବା ପାଇଁ ପେଡିକିଓର କରାଯାଏ । ତେବେ ପେଡିକିଡର କରିବା ପରେ ଯେ ଆପଣଙ୍କ କାମ ସରିଗଲା ସେପରି ଭାବନ୍ତୁ ନାହିଁ । ଏହାପରେ ମଧ୍ୟ ଆପଣଙ୍କୁ ପାଦର ଯତ୍ନ ନେବା ପାଇଁ ପଡିବ । ଜାଣନ୍ତୁ, ପେଡିକିଓର ପରେ କିପରି ନେବେ ପାଦର ଯତ୍ନ..

-ପ୍ରତିଦିନ ଶୋଇବା ପୂର୍ବରୁ କିଛି ଲୋସନ କିମ୍ବା ତେଲ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶୁଷ୍କତାର ସମସ୍ୟା ହୋଇନଥାଏ ଏବଂ ପେଡିକିଓରର ପ୍ରଭାବ ଦୀର୍ଘସ୍ଥାୟୀ ହୋଇଥାଏ।

-ପାଦ ଧୋଇବା ପରେ ଏହାକୁ ଭଲଭାବେ ପୋଛନ୍ତୁ। ବିଶେଷକରି ଆଙ୍ଗୁଳି ଭିତରେ ଥିବା ଅଂଶ ପୋଛି ସେଠାରେ ଟାଲକମ୍ ପାଉଡର ପକାନ୍ତୁ।

ନେଲପଲିସକୁ ଦୁଇସପ୍ତାହରୁ ଅଧିକ ସମୟ ଲଗାଇ ରଖିଲେ ଏହା ନଖ ପ୍ରତି କ୍ଷତିକାରକ ହୋଇଥାଏ। ନଖ ହଳଦିଆ ପଡିଯାଏ। ଏହାକୁ ସଫା କରିବା ପରେ ଦୁଇ-ତିନିଦିନ ଛାଡି ଆଉଥରେ ଲଗାଇବେ।

-ନେଲପଲିସ ସଫା କରିବା ଲାଗି ଏସିଟୋନ୍ ନଥିବା ରିମୁଭର ବ୍ୟବହାର କରନ୍ତୁ।

-ଖାଲି ପାଦରେ ଚଟାଣରେ ଚାଲନ୍ତୁ ନାହିଁ କି ଏପରି ଚପଲ ପିନ୍ଧନ୍ତୁନି ଯେଉଁଥିରେ ଝାଳ ବାହାରୁଥିବ। ଏହା ଦ୍ୱାରା ଜୀବାଣୁ ଓ ମୃତକୋଷର ସମସ୍ୟା ବଢିବ ଏବଂ ପେଡିକିଓରର କିଛି ଲାଭ ମିଳିବ ନାହିଁ।

-ତ୍ୱଚାକୁ ରୁକ୍ଷ କରୁଥିବା ସାବୁନ୍ ବ୍ୟବହାର କରନ୍ତୁ ନାହିଁ । ପେଡିକିଓର କରିବା ପରେ କିଛିଦିନ ପର‌୍ୟ୍ୟନ୍ତ ପାଦରେ ଉଷୁମ ପାଣି ବ୍ୟବହାର କରନ୍ତୁ ନାହିଁ।

Leave A Reply

Your email address will not be published.