Latest Odisha News

ଶେଷ ଓଭରରେ କାହିଁକି ଅକ୍ଷର ପଟେଲଙ୍କ ହାତରେ ବୋଲ୍ ଦେଲେ, ଜବାବ ରଖିଲେ ପାଣ୍ଡ୍ୟା

ଓ୍ୱାଙ୍ଖଡେ: ଟି -20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଷର ପଟେଲଙ୍କୁ ଏକ ଜଟିଳ ପରିସ୍ଥିତିରେ ଶେଷ ଓଭର ବୋଲିଂ କରିବାକୁ କହିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଛି।

ପଢ଼ନ୍ତୁ ଏହି ଖବର: ବଢ଼ିଲା ପାଣ୍ଡାଙ୍କ ପାରା, ଶେଷ ଓଭରର ନିଷ୍ପତ୍ତି ପାଇଁ ପଲଟିଗଲା ବାଜି

ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପ୍ରସଙ୍ଗରେ ଉତ୍ତର କହିଛନ୍ତି। ହାର୍ଦ୍ଦିକ କହିଛନ୍ତି ଯେ ବର୍ତ୍ତମାନ ମୋର ଲୋକଙ୍କୁ ଭୟଭୀତ କରିବାର ପ୍ରବୃତ୍ତି ଅଛି। କିନ୍ତୁ ଯଦି ମୁଁ ହସୁଛି ତେବେ ସବୁ ଠିକ ଅଛି ବୋଲି ଲୋକେ ଭାବିବା ଉଚିତ।

ହାର୍ଦ୍ଦିକ କହିଛନ୍ତି, କିନ୍ତୁ ଗତକାଲି ମୁଁ ସଠିକ୍ ଶୋଇ ପାରିଲି ନାହିଁ। ପର୍ଯ୍ୟାପ୍ତ ପରିମାଣର ପାଣି ବି ପିଇପାାରିନି। ଅନ୍ୟପକ୍ଷରେ ଅକ୍ଷରଙ୍କୁ ଶେଷ ଓଭର ଦେବା ନେଇ ହାର୍ଦ୍ଦିକ କହିଛନ୍ତି ଯେ ମୁଁ ଏହି ଦଳକୁ କଠିନ ପରିସ୍ଥିତିରେ ରଖିବାକୁ ଚାହୁଁଛି କାରଣ ଏହା ଆମକୁ ବଡ଼ ମ୍ୟାଚରେ ସାହାଯ୍ୟ କରିବ। ଆମେ ଦ୍ୱିପାକ୍ଷିକ ସ୍ତରରେ ବହୁତ ଭଲ ଏବଂ ଏହିପରି ଭାବରେ ଆମେ ନିଜକୁ ଚ୍ୟାଲେଞ୍ଜ କରିବାକୁ ଯାଉଛୁ। ସତ କହିବାକୁ ଗଲେ ସମସ୍ତ ଯୁବ ଖେଳାଳି ଆଜି ଆମକୁ ଏହି ପରିସ୍ଥିତିରୁ ବାହାର କରିଛନ୍ତି।

ହାର୍ଦ୍ଦିକ କହିଛନ୍ତି, ଆଜି ବୋଲିଂ ପୂର୍ବରୁ ବାର୍ତ୍ତାଳାପ ବହୁତ ସରଳ ଥିଲା। ମୁଁ ତାଙ୍କୁ ଆଇପିଏଲରେ ଭଲ ବୋଲିଂ କରୁଥିବାର ଦେଖିଛି ଏବଂ ମୁଁ ଜାଣେ ତାଙ୍କର ଶକ୍ତି କ’ଣ? ମୁଁ ତାଙ୍କୁ କହିଲି ଯେ ତୁମେ ନିଜ ଉପରେ ବିଶ୍ୱାସ ରଖ। ଏଥି ସହିତ ମୁଁ ମୋର ବୋଲିଂ ଉପରେ ଫୋକସ କରିଛି। ମୁଁ ପ୍ରାକ୍ଟିସ ବେଳେ ନେଟସରେ ବୋଲିଂ କରୁଛି ଏବଂ ମୁଁ ନୂଆ ବଲ ସହିତ ବୋଲିଂ କରିବାକୁ ପସନ୍ଦ କରେ।

ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ: ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା – Odisha Sambad

 

Leave A Reply

Your email address will not be published.