Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି ହାର୍ଦ୍ଦିକ, ନକ ଆଉଟରେ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ଦ୍ରୁତ ବେଗରେ ମୁକୁଳିବାରେ ଲାଗିଛନ୍ତି । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କିଛି କୁହାଯାଇ ନାହିଁ । ତେବେ ମିଡିଆ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ଏବେ ଏନସିଏରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତେବେ ସେ ନକଆଉଟରେ ଖେଳିପାରନ୍ତି । ଭାରତର ସେମିଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ ହାର୍ଦ୍ଦିକଙ୍କୁ ତରବରିଆ ଭାବେ ଚୂଡାନ୍ତ ଏକାଦଶରେ ସାମିଲ କରିବା ପାଇଁ ଟିମ ମ୍ୟାନେଜମେଂଟ ଚାହୁଁ ନାହିଁ । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହେଲେ ସେମିଫାଇନାଲରେ ଖେଳିବେ ।

ହାର୍ଦ୍ଦିକ ବାଂଲାଦେଶ ବିପକ୍ଷରେ ମାତ୍ର ୩ଟି ବଲ ପକାଇବା ପରେ ଡ୍ରେସିଂରୁମ ପଳାଇ ଯାଇଥିଲେ । ଏହା ସତ୍ୱେ ଭାରତ ଏହି ମ୍ୟାଚ ଜିତିଥିଲା । ପରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତ ସହଜ ବିଜୟ ହାସଲ କରିଥିଲା । ତାଙ୍କ ଫିଟନେସ ନେଇ ଟିମ ଇଣ୍ଡିଆର ବୋଲିଂ କୋଚ ପାରସ ମାହାମ୍ବ୍ରେ କହିଛନ୍ତି ଯେ, ମେଡିକାଲ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଧ୍ୟାନ ଦେଉଛନ୍ତି । ଏନସିଏରେ ସେ ଅଛନ୍ତି । ଆଶା କରୁଛି ଖୁବ ଶୀଘ୍ର ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଅପଡେଟ ମିଳିବ ।

Leave A Reply

Your email address will not be published.