Latest Odisha News

BREAKING NEWS

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ।

ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ ଚଢାଉ କରି ଯୁବଗଡା ଛକ ନିକଟରୁ ବଜ୍ରକାପ୍ତା ଚୋରା ଚାଲଣ କାରୀଙ୍କୁ ଧରି ପକାଇଥିଲେ । ପରେ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ କୋଟଗଡ ବନବିଭାଗ ।

ଏହି ଚୋରାଚାଲାଣ ପଛରେ ଏକ ବଡ ରାକେଟ କାମ କରୁଥିବା ଅନୁମାନ କରାଯାଉଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଛାନଭିନ୍ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.