Latest Odisha News

BREAKING NEWS

ବୟାନରେ ବୋମା ପକାଇଲେ ରଘୁରାଜ, ଜେଏନୟୁରେ ଚାଲିଛି ସେକ୍ସ ସ୍କାଣ୍ଡାଲ

ଅଲିଗଡ: ଉତରପ୍ରଦେଶର ରାଜ୍ୟମନ୍ତ୍ରୀ ତଥା ବିଜେପିର ବଡ ନେତା ରଘୁରାଜ ସିଂ ଆଜି ବିବାଦୀୟ ବୟାନ ବୋମା ପକାଇଛନ୍ତି । ସେ କହିଛନ୍ତି ଜବାହାର ଲାଲ ନେହେରୁ ୟୁନିଭରସିଟିରେ ସେକ୍ସ ସ୍କାଣ୍ଡାଲ ଚାଲୁଛି । ରାହୁଲ ଗାନ୍ଧୀ, କଂଗ୍ରେସର ବଡ ନେତାଙ୍କ ସମେତ ଦୀପିକା ପାଦୁକୋନ ବି ସେଠାକୁ ଯାଆନ୍ତି । ଜବାହାର ଲାଲ ନେହେରୁ ରଣନୀତି ଦୃଷ୍ଟିକୋଣରୁ ଏହି ୟୁନିଭରସିଟି ନିର୍ମିତ କରିଥିଲେ । ଦେଶ ବିରୋଧୀଙ୍କ ପାଇଁ ଏହା ଭୂସ୍ୱର୍ଗ ପାଲଟିଛି ।

ଆଗାମୀ ଦିନରେ ଆମେ ଏହି ଦେଶବିରୋଧୀଙ୍କୁ ତାଙ୍କ ଘୃଣ୍ୟ କାର୍ଯ୍ୟରେ ସଫଳ କରାଇଦେବୁ ନାହିଁ । ସେହିପରି ଅଲୀଗଡ ମୁସଲିମ ବିଶ୍ୱ ବିଦ୍ୟାଳୟରେ ହିନ୍ଦୁ ଛାତ୍ରଙ୍କ ପାଇଁ ଊର୍ଦ୍ଦୁ ଅନିବାର୍ଯ୍ୟ ହେବା କଥା ନୁହେଁ । ସେମାନେ ହିନ୍ଦୀରେ ପାଠ ପଢ଼ିବେ । ରଘୁରାଜଙ୍କ ଏହି ବୟାନ କି ବିସ୍ଫୋରଣ କରୁଛି ତାହା ଦେଖିବା କଥା ।

Leave A Reply

Your email address will not be published.