Latest Odisha News

BREAKING NEWS

ଅନୁଗୁଳ: ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜ ନିକଟସ୍ଥ କିଙ୍କିଳି ଗ୍ରାମରେ ଗୁରୁବାର ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି ।

ଏଥିସହିତ ତାଳଚେର ଟିଟିପିଏସ ଆସ୍ ପଣ୍ଡ୍ ନିକଟରେ ପାଖାପାଖି ୨୨ଟି ହାତୀକୁ ଠାବ କରାଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ହାତୀପଲ ଗାଁ ମଧ୍ୟରେ ପଶି ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିଛନ୍ତି ଏବଂ ଦଳବଦ୍ଧ ହୋଇ ହାତୀମାନେ ବ୍ରାହ୍ମଣୀ ନଦୀ ପାର ହୋଇ ଆସୁଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ ଟିଟିପିଏସ ଆସ୍ ପଣ୍ଡ୍ ଓ କିଙ୍କିଳି ଗ୍ରାମ ନିକଟରେ ବନବିଭାଗର କର୍ମଚାରୀ ସ୍ଥାନୀୟ ପୋଲିସର ସହାୟତାରେ ହାତୀପଲକୁ ଘଉଡାଇବାର ଉଦ୍ୟମ କରାଯାଉଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.