Latest Odisha News

ଭୁବନେଶ୍ୱର ସିବିଆଇ ଅଫିସ ଆଗରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ଏବଂ ତାଙ୍କ ସହଯୋଗୀ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଉପରେ ଦୁର୍ନୀତି ଆରୋପର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ହେଉଥିବା ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ସାମିଲ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଥିବା ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ର‌୍ୟାଲି ସହିତ ସିବିଆଇ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଓଡ଼ିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ରାଫେଲ ଫାଇଟର୍ ଜେଟ୍ ପ୍ରସଙ୍ଗକୁ ସାମ୍ନାକୁ ଆଣୁଥିବା ବେଳେ ଏହି ପ୍ରସଙ୍ଗକୁ ଚପାଇଦେବାକୁ ଉଦ୍ୟମ ହୋଇଛି । ତାଙ୍କୁ ଦାୟିତ୍ୱରୁ ହଟାଯାଇ ତାଙ୍କୁ ଛୁଟିରେ ବାଧ୍ୟତାମୂଳକ ଭାବେ ପଠାଇଦିଆଯାଇଛି । “ଦେଶରେ ନ୍ୟାୟ ବୋଲି କିଛି ନାହିଁ ଏବଂ କେନ୍ଦ୍ରରେ ଥିବା ବିଜେପି ସରକାର ହିଟଲରି ଶାସନ ଚଳାଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି,”ବୋଲି ଟିପ୍ପଣୀ ଦେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ସିବିିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ସମ୍ପର୍କରେ ସେ ମଧ୍ୟ କହିଛନ୍ତି, ଓଡ଼ିଶାରେ ଚିଟଫଣ୍ଡ ସ୍କାମ ଦୁର୍ନୀତି ତଦନ୍ତ ଦାୟିତ୍ୱରେ ଥିବା ସିବିଆଇ ଅଧିକାରୀମାନେ ଅର୍ଥ ହରାଇଥିବା ଲୋକମାନଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇନାହାନ୍ତି ।

Leave A Reply

Your email address will not be published.