Latest Odisha News

BREAKING NEWS

ଆଜିଠୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲୁଛି  ବୈଷୟିକ ଶିକ୍ଷାନୁଷ୍ଠାନ । ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମରେ ପାଠପଢା ଆରମ୍ଭ ହେବ । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।

ଅଗଷ୍ଟ ୯ ତାରିଖରୁ କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମରେ ଆରମ୍ଭ ହୋଇଥିଲା ପାଠପଢ଼ା । ତେବେ କୋଭିଡ୍ କଟକଣାରେ ପାଠପଢ଼ା ଯିବ । ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବେ । ଶିକ୍ଷାନୁଷ୍ଠାନରେ ହାତ ସାନିଟାଇଜ୍ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାକୁ ସମସ୍ତେ କଡ଼ାକଡ଼ି ପାଳନ କରିବେ ।

Leave A Reply

Your email address will not be published.