Latest Odisha News

ରିଲିଜ ହେଲା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘କଡକ ସିଂ’ର ପୋଷ୍ଟର

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନିତ ଫିଲ୍ମ ‘କଡକ୍ ସିଂ’ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଓଟିଟି ପ୍ଲାଟଫର୍ମ ରେ ‘କଡକ୍ ସିଂ’ର ପୋଷ୍ଟରକୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ପଙ୍କଜ ତ୍ରିପାଠୀଙ୍କ ଏହି ପୋଷ୍ଟରରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ ଏହା ଏକ ସସପେନ୍ସ ଥ୍ରୀଲର ଫିଲ୍ମ ।

ଏହି ଫିଲ୍ମରେ ପଙ୍କକ ଫାଇନାନ୍ସ କ୍ରାଇମ ଡିପାର୍ଟମେଣ୍ଟର ଜଣେ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଯାହାଙ୍କ ନାମ ରହିଛି ଏ. କେ ଶ୍ରୀବାସ୍ତବ । ଏହି ଫିଲ୍ମରେ ପଙ୍କଜ ସମସ୍ତ ସ୍କାମ୍‌ର ଖୁଲାସା କରିବେ । ନିକଟରେ ପଙ୍କଜ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ଆମାଜନ୍ ପ୍ରାଇମର ଲୋକପ୍ରିୟ ୱେବ୍ ସିରିଜ୍ ‘ ମିର୍ଜାପୁର’ରେ କାଲିନ୍ ଭୈୟା ଭୂମିକା ଭଳି ଅନେକ ଭିନ୍ନ ଚରିତ୍ରରେ ଅଭିନୟ କରି ପଙ୍କଜ ନିଜ ଫ୍ୟାନ୍ସ ଏବଂ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

ବର୍ତ୍ତମାନ ପଙ୍କଜଙ୍କ ଆଗାମୀ ଫିଲ୍ମ ‘କଡକ୍ ସିଂ’ ମଧ୍ୟ ସୁପରହିଟ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏହି ଫିଲ୍ମକୁ ପ୍ରସିଦ୍ଧ ନିର୍ଦ୍ଦେଶକ ଅନିରୁଦ୍ଧ ରୟ ଚୌଧୁରୀ ନିର୍ଦ୍ଦେଶନା ଦେଇଛନ୍ତି । ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ଏହି ଫିଲ୍ମରେ ସଞ୍ଜନା ସଂଘି ଓ ଜୟା ଅହଶାନ ମଧ୍ୟ ନଜର ଆସିବେ । ତେବେ ଫିଲ୍ମର ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନିକଟରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇଁ ଗଡ୍ ୨’ରେ ପଙ୍କଜ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ପଙ୍କଜଙ୍କୁ ଆଗାମୀ ଦିନରେ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍ ଫିଲ୍ମରେ ଦେଖିବାକୁ ମିଳିବ ।

Comments are closed.