Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭୂମିକା କରିବେ ପଙ୍କଜ ତ୍ରିପାଠୀ

ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି । ଦି ଅନଟୋଲ୍ଡ ବାଜପେୟୀ: ପଲିଟିକ୍ସ ଆଣ୍ଡ ପ୍ୟାରାଡକ୍ସ ପୁସ୍ତକ ଉପରେ ଏହା ଆଧାରିତ । ଅଟଳଙ୍କ ଭୂମିକା ବଲିଉଡର ପ୍ରତିଷ୍ଠିତ ଅଭିନେତା ପଙ୍କଜ ତ୍ରିପାଠୀ କରିବାକୁ ଯାଉଛନ୍ତି । ୨୮ଜୁନରେ ଫିଲ୍ମ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ଏବେ ମୂଖ୍ୟ କଳାକାରଙ୍କ ନାମ ପ୍ରକାଶ କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ରବି ଯାଦବ ଦେବେ ।

ଆସନ୍ତା ବର୍ଷ ଡିସେମ୍ବର ୨୫ରେ ଏହି ଫିଲ୍ମକୁ ରିଲିଜ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ବାଜପେୟୀଙ୍କ ଭୂମିକା କରିବା ମୋ ପାଇଁ ସ୍ୱପ୍ନ ସଦୃଶ ବୋଲି ପଙ୍କଜ କହିଛନ୍ତି । ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା ପରେ ଖୁବ ଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed.