Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ପଙ୍କଜ ତ୍ରିପାଠୀଙ୍କ ଭିଣେଇ, ଭଉଣୀ ଗୁରୁତର

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭଉଣୀ-ଭିଣେଇ। ଝାଡଖଣ୍ଡର ଧାନବାଦ୍ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଭିଣେଇ ରାକେଶ ତିୱାରୀଙ୍କର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରୁ ଅନୁମାନ କରାଯାଇପାରେ ଯେ ଦୁର୍ଘଟଣା କେତେ ଭୟଙ୍କର ଥିଲା।

ପୋଲିସ କହିଛି ଯେ ଶନିବାର ଦିନ ପ୍ରାୟ ୪.୩୦ରେ ଦିଲ୍ଲୀ-କୋଲକାତା ଜାତୀୟ ରାଜପଥ ନମ୍ବର ୨ ରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଏବଂ ଭିଣେଇ ବିହାରର ଗୋପାଳଗଞ୍ଜରୁ ପଶ୍ଚିମବଙ୍ଗ ଯାଉଥିଲେ। ଏହି ଦୁର୍ଘଟଣା ପରେ ରାକେଶ ତିୱାରୀଙ୍କୁ ଧନବାଦର ଏସଏନଏମଏମସିଏଚ଼ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅଭିନେତାଙ୍କ ଭଉଣୀଙ୍କର ଗୋଡ ଭାଙ୍ଗି ଯାଇଛି।

ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। କୁହାଯାଉଛି ଯେ ଶନିବାର ପତ୍ନୀ ସରିତାଙ୍କୁ ନେଇ ସେ ନିଜ ଗାଁ କମଲପୁରରୁ ଚିତରଞ୍ଜନ ଯାଉଥିଲେ। ତେବେ ଜିଟି ରୋଡ୍‌ ସ୍ଥିତ ନିରସା ମାର୍କେଟ ଛକରେ ପହଞ୍ଚିବା ପୂର୍ବରୁ ତାଙ୍କ କାର୍‌ ଡିଭାଇଡର୍‌ରେ ପିଟି ହୋଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ କାର୍‌ଟି ଏକ ପୋଲ ଖମ୍ବକୁ ବାଡେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ରାଜେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

Leave A Reply

Your email address will not be published.