Latest Odisha News

BREAKING NEWS

ମାର୍ଚ୍ଚ ୯ରେ ଲୋକନାଥ ମନ୍ଦିରରେ ପାଳିତ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ: ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ମାର୍ଚ୍ଚ ୯ରେ କୋଭିଡ ୧୯ କଟକଣା ଭିତରେ ପାଳିତ ହେବ ପଙ୍କୋଦ୍ଧାର।

ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମନ୍ଦିର ଠାରୁ ୨୦୦ ମିଟର ଅଂଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି। ସିମୀତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତାକାଲି ପଙ୍କଉଦ୍ଧାର ନୀତି ସମ୍ପନ୍ନ ହେବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

 

ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା କରାଯାଇଛି। ବର୍ଷକରେ ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀଙ୍କ ସହ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ସୁଯୋଗ ମିଳିବ ନାହିଁ।

ସେହିପରି ଆସନ୍ତା ୯ ମାର୍ଚ୍ଚ ୨୦୨୧ ତାରିଖ ଦିନ ରୀତିନୀତି ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ପାଳିତ ହେବ ପଙ୍କୋଦ୍ଧାର ଏକାଦଶୀ ।

Leave A Reply

Your email address will not be published.