Latest Odisha News

BREAKING NEWS

କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ପଂହଚିଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟର ଖେଳାଯାଉଥିବା ମ୍ୟାଚକୁ ଷ୍ଟାର ଖେଳାଳି ରିଷଭ ପନ୍ତ ଉପଭୋଗ କରିଛନ୍ତି । ଗତ ବର୍ଷ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ପନ୍ତ ଷ୍ଟାଡିୟମକୁ ଆସିଛନ୍ତି । ଷ୍ଟାଡିୟମ ନିକଟରେ ପଂହଚିବା ମାତ୍ରେ ପନ୍ତଙ୍କୁ ୨/୩ଜଣ ବ୍ୟକ୍ତି କାରରୁ ବାହାରକୁ ଆଣିବା ପରେ ସେ ୱାକିଂ ଷ୍ଟିକ ମାଧ୍ୟରେ ଭିତରକୁ ଯାଇଥିଲେ । ଷ୍ଟାଣ୍ଡରେ ବସି ସେ ମ୍ୟାଚକୁ ଉପଭୋଗ କରିଥିଲେ । ପନ୍ତଙ୍କୁ ଦେଖି ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ପନ୍ତ ଆଇପିଏଲରୁ ଓହରିଯିବା ଯୋଗୁ ତାଙ୍କ ସ୍ଥାନରେ ଡେଭିଡ ୱାର୍ଣ୍ଣର ଦଳର ନେତୃତ୍ୱ ନେଉଛନ୍ତି ।

ଗତ ବର୍ଷ ଡିସେମ୍ବର ୩୧ରେ ମାଆଙ୍କୁ ଦେଖା କରିବାକୁ ଆସିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ପିଟି ହୋଇ ଯାଇଥିଲା । କାରରେ ନିଆଁ ଲାଗିବା ପୂର୍ବରୁ ପନ୍ତ ବହୁ କଷ୍ଟରେ ବାହାରକୁ ପଳାଇ ଆସିଥିଲେ । ସର୍ଜରୀ ପରେ ସେ ସୁସ୍ଥ ହୋଇଥିଲେ ଏବଂ ଧିରେ ଧିରେ ଅଭ୍ୟାସ ଆରମ୍ଭ କରିଛନ୍ତି । ତାଙ୍କୁ ସମ୍ମାନ ଦେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଡଗଆଉଟରେ ପନ୍ତଙ୍କ ଜର୍ସି ରଖୁଛି ।

Leave A Reply

Your email address will not be published.