Latest Odisha News

BREAKING NEWS

ସିରିଜ ଆରମ୍ଭ ପୂର୍ବରୁ ଷ୍ଟାଡିୟମ ଛାତ ଭାଙ୍ଗିଲେ ପନ୍ତ

ଲଣ୍ଡନ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏବେ ଟିମ ଇଣ୍ଡିଆ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ ଜାରୀ ରଖିଛନ୍ତି । ଜୁନ ୨୦ରୁ ହେଡିଙ୍ଗଲ୍ସରେ ପ୍ରଥମ ଟେଷ୍ଟ ଖେଳାଯିବ । ଅଭ୍ୟାସ ସେଶନରେ ଭାରତର ଉପ ଅଧିନାୟକ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଜୋରଦାର ଅଭ୍ୟାସ କରିଥିଲେ । ଅଭ୍ୟାସ ଅବସରରେ ସେ ଏକ ବଡ ଶଟ ଖେଳିଥିଲେ ଏବଂ ଏହା ଷ୍ଟାଡିୟମର ଛାତ କଣା କରି ଦେଇଥିଲା । ଇଂଲଣ୍ଡରେ ପନ୍ତଙ୍କ ବ୍ୟାଟିଂ ପ୍ରଦର୍ଶନ ଭଲ ରହିଛି । ସେ ୯ ମ୍ୟାଚରେ ୩୨ରୁ ଊର୍ଦ୍ଧ୍ୱ ଆଭରେଜରେ ୫୫୬ ରନ କରିଥିଲେ ।

ଆଇପିଏଲ ୨୦୨୫ରେ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସରେ ନେତୃତ୍ୱ ନେବା ସହ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ତେବେ ପନ୍ତ ଏବଂ ଲକ୍ଷ୍ନୌର ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନ ଥିଲା । ଦଳ ପ୍ଲେ ଅଫରେ ପ୍ରବେଶ କରିପାରି ନ ଥିଲା । ରୋହିତ ଶର୍ମା, ବିରାଟ କୋହଲି cଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ଖେଳାଳି ଅବସର ନେବା ପରେ ଇଂଲଣ୍ଡ ଗସ୍ତରେ ଭାରତ କିପରି ପ୍ରଦର୍ଶନ କରୁଛି ସେଥିପ୍ରତି ନଜର ରହିବ ।

 

 

Comments are closed.