Latest Odisha News

ପ୍ରତ୍ୟାବର୍ତନ ପରେ ପନ୍ତଙ୍କ ପ୍ରଥମ ଅର୍ଦ୍ଧଶତକ

ବିଶାଖପଟନମ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଆଘାତ ସମସ୍ୟା ପରେ ଦଳକୁ ଫେରିଥିବା ରିଷଭ ପନ୍ତ ପ୍ରଥମ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି । ଦିଲ୍ଲୀ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପୃଥ୍ୱୀ ଶ ୨୭ ବଲରୁ ୪୩, ଡେଭିଡ ୱାର୍ଣ୍ଣର ୩୫ ବଲରୁ ୫୨ ଓ ରିଷଭ ପନ୍ତ ୩୨ ବଲରୁ ୫୧ ରନର ଇନିଂସ ଖେଳିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ବିଫଳ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହୀଶ ପଥିରାନା ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

ସେ ଗୋଟିଏ ଓଭରରେ ମିଚେଲ ମାର୍ଶ ଓ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ୱିକେଟ ନେଇ ଚେନ୍ନାଇ ମ୍ୟାଚକୁ ପ୍ରତ୍ୟାବର୍ତନ କରାଇବାରେ ସୁଯୋଗ ଦେଇଥିଲେ । ମୁସ୍ତାଫିଜର ରହେମାନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଦିଲ୍ଲୀ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚ ଖେଳି ଅପରଜେୟ ରହିଛି ।

Comments are closed.