Latest Odisha News

BREAKING NEWS

ଆସନ୍ତୁ ଜାଣିବା କଣ ପାଇଁ ଛକା ମାରିବା ବେଳେ ପନ୍ତଙ୍କ ହାତରୁ ବ୍ୟାଟ ଖସେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଏବେ ଭାରତୀୟ କ୍ରିକେଟପ୍ରେମୀ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଇପିଏଲର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ନେବେ । ପନ୍ତ ତାଙ୍କର ନିଜସ୍ୱ ସ୍ୱତନ୍ତ୍ର ବ୍ୟାଟିଂ ଶୈଳୀ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି । ତେବେ ସେ ତାଙ୍କ ଟ୍ରେଡମାର୍କ ଶଟ ଖେଳିବା ବେଳେ ଅଧିକାଂଶ ସମୟରେ ତାଙ୍କର ଗୋଟିଏ ହାତରୁ ବ୍ୟାଟ ଖସି ଯାଇଥାଏ । ଦୀର୍ଘ ଦିନ ପରେ ପନ୍ତ ଏହି ରହସ୍ୟର ଉଜାଗର କରିଛନ୍ତି । ସେ କହିଛନ୍ତି ମୁଁ ସର୍ବଦା ତଳ ହାତର ଗ୍ରିପ ଢ଼ିଲା ରଖିଥାଏ । ରିସ୍କ ଶଟ ଖେଳିବା ବେଳେ ଏହା ହାତରୁ ଖସି ଯାଇଥାଏ । ତେବେ ମୁଁ ମୋର ଉପର ହାଥ ଗ୍ରିପ ମାଧ୍ୟମରେ ବେଶ ମଜଭୁତରେ ବ୍ୟାଟକୁ ଧରିଥାଏ ।

ଟି୨୦ କ୍ରିକେଟରେ ଅଧିକାଂଶ ସମୟରେ ରିସ୍କ ଶଟ ଖେଳିବାକୁ ପଡିଥାଏ । ଏବେ ଏହା ମୋ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇ ଯାଇଛି ବୋଲି ସେ କହିଛନ୍ତି । ପିଲାବେଳୁ ମୁଁ ଜିମ୍ନାଷ୍ଟିକ୍ସ ସହିତ ଜଡିତ ହୋଇଥିବାରୁ ଏହା ମୋତେ ଜଣେ କ୍ରିକେଟର ହେବାରେ ବହୁତ ସହଯୋଗ କରିଛି । ଶଟ ଖେଳିବା ବେଳେ ଶରୀରକୁ ନିୟନ୍ତ୍ରଣରେ ରଖିବାରେ ଏହା ମୋତେ ସହାୟ ହୋଇଥାଏ । ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚରେ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ତେବେ ଏହା ସତ୍ୱେ ସେ ଭାରତ ବିଜୟରେ ବେଶ ଖୁସୀ ମନାଇଥିଲେ ।

Comments are closed.