Latest Odisha News

ବିନା ସାହାରାରେ ଚାଲିଲେ ପନ୍ତ, ବିଶ୍ୱକପ ଖେଳିବା ନେଇ ଉଜ୍ଜୀବିତ ହେଲା ଆଶା

ମୁମ୍ବାଇ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ ପନ୍ତ ଦ୍ରୁତ ବେଗରେ ଆରୋଗ୍ୟ ଲାଭ କରୁଛନ୍ତି । ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସେ ବିନା ସାହାରାରେ ଚାଲିବା ଆରମ୍ଭ କରିଛନ୍ତି । ୨୫ ବର୍ଷୀୟ ପନ୍ତ ଏକ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ହ୍ୟାପି ନୋ ମୋର କ୍ରେଚିଜ ଡେ । ଭିଡିଓରେ ସେ କିଛି ବାଟ ଆଶା ବାଡି ସହାୟତାରେ ଆସିବା ପରେ ଏହାକୁ ଫିଙ୍ଗି ଦେଇ ଚାଲି ଚାଲି ଆସୁଛନ୍ତି । ଏହି ସମୟରେ ବ୍ୟାକଗ୍ରାଉଣ୍ଡରେ କେଜିଏଫର ଥିବ ସଙ୍ଗ ବାଜୁଛି । ଏନସିଏରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଭ୍ୟାସ ଜାରୀ ରଖିଛନ୍ତି । ବିସିସିଆଇ ପନ୍ତଙ୍କ ପାଇଁ ୨ଜଣ ଫିଜିଓଙ୍କୁ ନିଯୁକ୍ତ ଦେଇଛି ।

ସବୁ କିଛି ଯଦି ଠିକଠାକ ରୁହେ ତାହାହେଲେ ପନ୍ତଙ୍କ ବିଶ୍ୱକପ ଖେଳିବା ଅସମ୍ଭବ ନୁହେଁ ବୋଲି ଜନୈକ ଅଧିକାରୀ କହିଛନ୍ତି । ଗତ ବର୍ଷ ଡିସେମ୍ବର ୩୦ରେ ପନ୍ତ ଦିଲ୍ଲୀରୁ କାର ଯୋଗେ ମାଆଙ୍କୁ ଭେଟିବା ପାଇଁ ଡେରାଡୁନ ଆସୁଥିଲେ । ମାତ୍ର ଅଧ ରାସ୍ତାରେ ତାଙ୍କ ଗାଡିରେ ଡିଭାଇଡରରେ ମାଡ ହୋଇଯାଇଥିଲା । ପନ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କର ମୁଣ୍ଡ, ପିଠି, ପାଦର ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା ।

Comments are closed.