Latest Odisha News

BREAKING NEWS

ବିଶ୍ୱକପ ପୂର୍ବରୁ ପନ୍ତ ସମ୍ପୂର୍ଣ୍ଣ ଭାବେ ହୋଇ ନ ଥିବେ ଫିଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର । ଷ୍ଟାର ୱିକେଟକିପର ରିଷଭ ପନ୍ତ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ସେପ୍ଟମ୍ବରରେ ହେବାକୁ ଥିବା ଏସିଆ କପ ପାଇଁ ମଧ୍ୟ ସେ ଉପଲବ୍ଧ ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା । ପନ୍ତ ଏବେ ଏନସିଏ ରିହାବ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏବେ ସେ ଆଶା ବାଡି ଧରି ଚାଲୁଛନ୍ତି । କୌଣସି ସାହାରା ନ ନେଇ ଚାଲିବା ପାଇଁ ତାଙ୍କୁ ଅତି କମରେ ଆଉ ୨ରୁ ୩ ମାସ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

ଚଳିତ ଆଇପିଏଲରେ ପନ୍ତ ଖେଳାଳିମାନଙ୍କ ମନୋବଳ ବଢ଼ାଇବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଦେଖିବା ନିମନ୍ତେ ବହୁ କଷ୍ଟରେ ଷ୍ଟାଡିୟମକୁ ଆସିଥିଲେ । ପନ୍ତ ଦ୍ରୁତ ଆରୋଗ୍ୟ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ଫିଟନେସ ପାଇଁ ୭ରୁ୮ ମାସ ସମୟ ଲାଗିବ । ଗତବର୍ଷ ଡିସେମ୍ବରରେ ମାଆଙ୍କୁ ଦେଖା କରିବାକୁ ଆସୁଥିବା ବେଳେ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ପନ୍ତଙ୍କ ଅନୁପସ୍ଥିତିରେ ଚଳିତ ଆଇପିଏଲରେ ଦିଲ୍ଲୀର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ପନ୍ତ କଠୋର ପରିଶ୍ରମ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.