Latest Odisha News

BREAKING NEWS

ତାତିରୁ ମିଳିବ ଆଶ୍ୱସ୍ତି: କାଳବୈଶାଖୀ ବର୍ଷାରେ ଭିଜିବ ଅଧା ରାଜ୍ୟ

ଭୁବନେଶ୍ୱର:ତାତିରୁ କିଛି ଦିନ ହେଲା ମିଳିଛି ଆଶ୍ୱସ୍ତି । ଆଗକୁ ପାଗକୁ ନେଇ ଆହୁରି ଆଶ୍ୱସ୍ତି ଆଣି ଦେଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ଆସନ୍ତା ୫ ଦିନ ପାଇଁ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ୫ଦିନ ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବାନ ରହିଛି ।

BjdElectrycity

ମିଳିଥିବା ସୂଚନା ଅନୁସାରେ,  ପଶ୍ଚିମ ବିଦର୍ଭରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ମରାଠାଓ୍ଵାଡା ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଉପର ଦେଇ  ଏକ ଟ୍ରଫ୍‌ ଲାଇନ ସୃଷ୍ଟି ହୋଇଛି ।   ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ତିନିଦିନ ଧରି କାଳବୈଶାଖୀ ସମ୍ଭାବନା ରହିଛି ।  ମେ’ ୨ ତାରିଖ ଯାଏ ଏହିପରି ପାଗ ଲାଗି ରହିବ ।    ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ହ୍ରାସ ଘଟିବ ।

ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି,    ୨୮ ତାରିଖ ଶୁକ୍ରବାର ଅପରାହ୍ଣ ସୁଦ୍ଧା ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟରେ   ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।  ଏଥିସହିତ କୋରାପୁଟ, ରାୟଗଡା ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାର  କିଛି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ମଧ୍ୟ ରହିଛି।

ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ତାଳଚେରରେ ୩୮.୦ ଡିଗ୍ରି ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ର ରେକର୍ଡ ହୋଇଛି ।

Leave A Reply

Your email address will not be published.