Latest Odisha News

BREAKING NEWS

୩୬ ବର୍ଷ ପରେ ୱିମ୍ବେଲଡେନର କ୍ୱାର୍ଟରରେ ପ୍ରବେଶ କଲେ ଭାରତର ଏହି ଯୁବ ଖେଳାଳି

ନୂଆଦିଲ୍ଲୀ: ଭାରତର ଯୁବ ଖେଳାଳି ଅର୍ଣ୍ଣବ ପାପରକର ଭାରତ ପାଇଁ ୱେମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଐତିହାସିକ ପ୍ରଦର୍ଶନ କରିଛନ୍ତିି । ଜୁନିୟର ବାଳକ ବିଭାଗରେ ସେ ଜାପାନର ୟୋ ତବାତାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୩୬ ବର୍ଷ ପରେ ଜୁନିୟର ବିଭାଗରେ ଭାରତର କୌଣସି ଖେଳାଳି କ୍ୱାର୍ଟରକୁ ଉନ୍ନୀତ ହୋଇଛି । ୧୯୯୦ରେ ଲିଆଣ୍ଡର ପେସ ଟାଇଟଲ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିଲେ । ଅର୍ଣ୍ଣବ ପ୍ରଥମ ସେଟକୁ ୬-୨ରେ ଜିତିଥିଲେ । ତବାତା ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସେ ସଫଳ ହୋଇପାରି ନ ଥିଲେ ।

୬-୧ରେ ଦ୍ୱିତୀୟ ସେଟକୁ ଜିତିବା ସହ ସେ ମ୍ୟାଚ ମଧ୍ୟ ନିଜ ନାମରେ କରିଥିଲେ । କ୍ୱାର୍ଟରରେ ସେ ଆମେରିକାର ଜୋର୍ଡାନ ଲୀଙ୍କୁ ଭେଟିବେ । ଓଭରାଲ ଭାରତର ୪ର୍ଥ ଖେଳାଳି ଭାବେ ସେ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ରାମନାଥାନ କ୍ରିଷ୍ଣାନ, ଲିଆଣ୍ଡର ପେସ ଓ ରମେଶ କ୍ରିଷ୍ଣାନ କ୍ୱାର୍ଟରରେ ପ୍ରବେଶ କରିଥିଲେ । ୨୦୦୯ରେ ୟୁକି ଭାମ୍ବ୍ରି ଜୁନିୟର ୟୁଏସ ଓପନର କ୍ୱାର୍ଟରରେ ପ୍ରବେଶ କରିଥିଲେ । ୧୪ ବର୍ଷରୁ କମ ଅଷ୍ଟ୍ରେଲିଆନ ଓପନ ଏସିଆ ପ୍ୟାସିଫିକ ଏଲିଟ ଟ୍ରଫି ସେ ହାସଲ କରିଥିଲେ । ସେହି ବର୍ଷ ନ୍ୟାଶନାଲ ଅଣ୍ଡର ୧୬ ଟାଇଟଲ ମଧ୍ୟ ଜିତିଥିଲେ ।

Leave A Reply

Your email address will not be published.