Latest Odisha News

BREAKING NEWS

ପପୁ ଯାଦବଙ୍କ ଭବିଷ୍ୟବାଣୀ; ‘ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ’

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ କୁ ବହୁମତ ମିଳିଥିବାବେଳେ, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଏହି ସମୟ ଭିତରେ ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ମୋଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ପପୁ ଯାଦବ କହିଛନ୍ତି ଯେ, ଏନଡିଏ ସରକାର ଗଠନ ହେଲେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । “ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ସର୍ବଦା ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁସରଣ କରନ୍ତି । ସେମାନେ ଆମ୍ବେଦକରବାଦୀ ଅଟନ୍ତି । ସେମାନେ ସର୍ବଦା ଧର୍ମନିରପେକ୍ଷ ଅଟନ୍ତି । ସବୁବେଳେ ସାମାଜିକ ନ୍ୟାୟ ବିଷୟରେ କଥାବାର୍ତ୍ତା କରନ୍ତି । ମୁଁ କହିବାକୁ ଚାହେଁ ଯେ, ଦେଶ ସେତବେଳେ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଗର୍ବିତ ଯେତବେଳେ ସେ ଦେଶ ପାଇଁ ଠିଆ ହେବେ ।

ସେ ପୁଣି କହିଛନ୍ତି ଯଦି ଏନଡିଏର ସରକାର ଗଠନ ବି ହୁଏ ତଥାପି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେନାହିଁ ।

Comments are closed.