ମୁଜଫରପୁର: ସରଗରମ ରହିଛି ବିହାର ନିର୍ବାଚନୀ ମାହୋଲ । ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଚାଲିଛି ପ୍ରଚାର ଜୋରଦାର । ଏପରି ସମୟରେ ଜଣେ ବାହୁବଳୀ ନେତା ମଂଚାରୁ ଗଳିବଡିବା ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ବେଶ୍ ଚର୍ଚ୍ଚାର ଖୋରକ ଯୋଗାଇଛି ।
ଶନିବାର ଜନ ଅଧିକାର ପାଟିର ଅଧ୍ୟକ୍ଷ ପପ୍ପୁ ଯାଦବ ମୁଜାଫରପୁର ଜିଲ୍ଲା ମୀନାପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପ୍ରାର୍ଥୀ ବୀନା ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ। ମଞ୍ଚ ଉପରେ ପପ୍ପୁଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟରେ ହଠାତ୍ ମଞ୍ଚ ଭାଙ୍ଗି ଯାଇଥିଲା। ଫଳରେ ପପ୍ପୁ ଭାଷଣ ଦେଉଥିବା ବେଳେ ମଞ୍ଚାରୁ ଖସିପଡିଥିଲେ ।
ଏହି ଦୁର୍ଘଟଣାରେ ୫୨ ବର୍ଷୀୟ ପପ୍ପୁଙ୍କ ହାତରେ ଆଘାତ ଲାଗିଛି। ଏହାପରେ ସେ ଭଙ୍ଗା ମଞ୍ଚରେ ରହି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲ। ପରେ ତାଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟରରେ ପାଟନା ପଠାଇ ଦିଆଯାଇଛି। ତାଙ୍କର ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।
Comments are closed.