Latest Odisha News

ପାରା ଅଲିମ୍ପିକ୍ସ: ବ୍ୟାଡମିଂଟନରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର

ପ୍ୟାରିସ: ଚଳିତ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୋମବାର ବ୍ୟାଡମିଂଟନ ଖେଳାଳି ନୀତେଶ କୁମାର ସ୍ୱର୍ଣ୍ଣ ଜିତି ଭାରତର ପଦକ ସଂଖ୍ୟା ୯ରେ ପଂହଚାଇଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ବିଭାଗର ଫାଇନାଲରେ ନୀତେଶ ବ୍ରିଟେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ ପଂଏଟରେ ପରାସ୍ତ କରିଥିଲେ । ପ୍ରଥମ ଗେମ ନୀତେଶ ଜିତିବା ପରେ ଦ୍ୱିତୀୟ ଗେମରେ ବିଜୟୀ ହୋଇ ଡାନିୟଲ ମ୍ୟାଚରେ ରୋମାଂଚ ଭରିଥିଲେ । ନିର୍ଣ୍ଣାୟକ ସେଟ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷରେ ନୀତେଶ ବାଜି ମାରିଥିଲେ । ଏ ପର୍ଯ୍ୟନ୍ତ ୨ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୯ରେ ପଂହଚିଛି ।

ଗତ ସଂସ୍କରଣରେ ପ୍ରମୋଦ ଭଗତ ଏହି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସୂଚନାଯୋଗ୍ୟ, ୨୦୦୯ରେ ନୀତେଶଙ୍କୁ ୧୫ ବର୍ଷ ବୟସ ହୋଇଥିବା ବେଳେ ଟ୍ରେନ ଦୁର୍ଘଟଣାରେ ବାମ ପାଦ ହରେଇଥିଲେ । ଏହା ପରେ ସେ ହାର ନ ମାନି ଆଜି ଦେଶର ମାନ ବଢ଼ାଇଛନ୍ତି । ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଉଛି ।

Comments are closed.