Latest Odisha News

BREAKING NEWS

ଓଡ଼ିଶାର ପାରା ବ୍ୟାଡ଼ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଘୋଷିତ ହୋଇଛି ଦେଶର ସମ୍ମାନଜନକ ତଥା ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ତାଲିକା । ଓଡ଼ିଶାର ଉଦୀୟମାନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଦେଶର ସମ୍ମାନଜନକ ଅର୍ଜୁନ ପୁରସ୍କାର । ଏହି ଖବର ପାଇବା ମାତ୍ରେ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି ।

ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଅନ୍ତର୍ଜାତୀୟସ୍ତରର କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ପାରା ଆଥଲେଟ୍ ଦୀପା ମଲ୍ଲିକ । ସେହିପରି ପୂର୍ବତନ ଭାରତୀୟ କ୍ରିକେଟର୍ ଅଜୟ ଜାଡ଼େଜା ମଧ୍ୟ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପାରା ବ୍ୟାଡ଼ମିଣ୍ଟନ୍ ଖେଳାଳି ଭାବେ ପ୍ରମୋଦ ଭଗତ୍ ଓଡ଼ିଶାକୁ ଅନେକ ଥର ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଗ୍ରାମର ପ୍ରମୋଦ ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ ବ୍ୟାଡ଼ମିଣ୍ଟନ୍ ସିଙ୍ଗଲ୍ସ ଇଭେଣ୍ଟରେ ଭାରତ ଲାଗି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପରେ ସେ କାଂସ୍ୟ ପଦକ ଜିତି ସମଗ୍ର ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଥିଲେ ।

ଏହାବ୍ୟତୀତ, ମହିଳା କ୍ରିକେଟର୍ ପୁନମ୍ ଯାଦବ, ଆଥଲେଟ୍ ତେଜିନ୍ଦର୍ ପାଲ୍ ସିଂହ ତୁର୍ ଏବଂ ମହମ୍ମଦ ୟାହିଆ ମଧ୍ୟ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.