Latest Odisha News

BREAKING NEWS

ଅଲିମ୍ପିକ ଟେଷ୍ଟ ଇଭେଣ୍ଟ: ଜାପାନକୁ ୨-୧ ଗୋଲରେ ପରାସ୍ତ କଲା ଭାରତ

ଟୋକିଓ: ଟୋକିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଘରୋଇ ଜାପାନ ଦଳକୁ ୨-୧ ସ୍କୋରରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି । ଏହି ଜାତୀୟ ଦଳରେ ୨ଜଣ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ ଏକ୍କା ଏବଂ ଲିଲିମା ମିଞ୍ଜ୍ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି ।

ମ୍ୟାଚର ୯ମିନିଟରେ ଭାରତୀୟ ଖେଳାଳି ଗୁରଜିତ କୌର ଏକ ଗୋଲ ସ୍କୋର କରିବା ଫଳରେ ଭାରତୀୟ ଦଳ ୧-୦ରେ ଅଗ୍ରଣୀ ଲାଭ କରିଥିଲା । ମାତ୍ର ଖେଳର ୧୬ ମିନିଟରେ ଜାପାନୀ ଖେଳାଳି ଆକି ମିତସୁବିଶିଙ୍କ ଏକ ଗୋଲ ବଳରେ ଖେଳ ୧-୧ରେ ବରାବର ରହିଥିଲା । ଖେଳର ୩୪ ମିନିଟରେ ଗୁରଜିତ କୌରଙ୍କ ଏକ ସୁନ୍ଦର ପେନାଲଟି କର୍ଣ୍ଣର ବଳରେ ଭାରତୀୟ ଦଳ ୨-୧ରେ ମ୍ୟାଚଟିକୁ ନିଜ ନିୟନ୍ତ୍ରଣରେ ରଖି ବିଜୟ ହାସଲ କରିପାରିଛି ।

ସେହିପରି ଭାରତୀୟ ପୁରୁଷ ଦଳ ମାଲେସିଆକୁ ୬-୦ ଗୋଲରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି ।

ଉଦୀୟମାନ ଓଡ଼ିଆ ହକି ଖେଳାଳି ଆଶିଷ ଟପ୍ନୋ ଏହି ମ୍ୟାଚରେ ପଦାର୍ପଣ କରି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଆରମ୍ଭ କରିପାରିଛନ୍ତି । ସେ ଏହି ମ୍ୟାଚରେ ଉନ୍ନତ ଖେଳ ପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

Leave A Reply

Your email address will not be published.