Latest Odisha News

BREAKING NEWS

ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ୯୦ ଦଶକର ଏହି ହିଟ ଯୋଡ଼ି !

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ପୁଣି ଫେରୁଛନ୍ତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ।୯୦ ଦଶକର ହିଟ ଯୋଡି ସିଦ୍ଧାନ୍ତ ରଚନାଙ୍କୁ ପୁଣି ଥରେ ଦର୍ଶକ ପରଦାରେ ଦେଖିବା ନେଇ ଚର୍ଚ୍ଚା ହେଉଛି ।

ରଚନା ଓଲିଉଡକୁ ଫେରୁଥିବା ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ପୁଣି ଦର୍ଶକ ନିଜର ପ୍ରିୟ ଯୋଡି ରଚନା ବାନାର୍ଜି ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ପାଇବେ ।

ଓଲିଉଡର ଜଣାଶୁଣା ନିର୍ଦ୍ଧେଶକ ଏସ୍ କେ ମୁରଲୀ ଧରନ , ରଚନା ବାନାର୍ଜି ଙ୍କୁ ପୁଣି ଥରେ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଫରେଇ ଆଣିବା ନେଇ ଚର୍ଚା ହେଉଥିଲା ।

ସେ ଚର୍ଚ୍ଚା ଥମିନଥିବା ବେଳେ ଆଉ ଜଣେ ନିର୍ଦ୍ଦେଶକ ମାଘବ୍ ପରିଡା ରଚନା ବାନାର୍ଜି ଏବଂ ସିଦ୍ଧାନ୍ତ ଙ୍କୁ ନେଇ ନୂଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି ।

ଏହି ଚଳଚ୍ଚିତ୍ର ଟିର ନାମ ‘ରକ୍ତ ଚିହ୍ନେ ରକ୍ତ କୁ’ ରଖାଯାଇଥିବା ଜଣାପଡିଛି । ଫିଲ୍ମଟିର ସଙ୍ଗୀତ ପ୍ରଯୋଜନା ସୌରଭ ନାୟକ ଦେଇଥିବା ବେଳେ ଏହାର ସଂଙ୍ଗୀତ ଗୁଡିକ ରେକର୍ଡିଂ ସରିଥିବା କୁହାଯାଉଛି ।

ଆଗକୁ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଜି ସାର୍ଥକ’ର୍ ଆୱାଡ୍ ଶୋ ରେ ରଚନା ଯୋଗ ଦେବାକୁ ଥିବା ନେଇ ଚ୍ୟାନେଲ ପକ୍ଷରୁ ସ୍ପଷ୍ଟ ହୋଇଛି ।

ନିଜର ଅତିପ୍ରିୟ ରଚନା- ସିଦ୍ଧାନ୍ତ ଯୋଡିକୁ ଆଉଥରେ ପରଦାକୁ ଦେଖୁବାକୁ ସେମାନଙ୍କ ପ୍ରଶଂସକ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଅତୀତରେ ରଚନା ସାଗର ଗଙ୍ଗା , ଭାଇ ହେଲା ଭଗାରୀ , ୟୋଶଦା , ଲକ୍ଷେ ଶିବ ପୁଜୀ ପାଇଛି ପୁଅ , ଲକ୍ଷ୍ମଣ ରେଖା , ଲକ୍ଷ୍ମୀ ପ୍ରତିମା , ସୁହାଗ ସୁନ୍ଦୁର , କଲ୍କି ଅବତାର , ପରଦେଶୀ ବାବୁ , କଣ୍ଡେଇ ଆଖି ରେ ଲୁହ , ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର , ସୁନ୍ଦର ନୁହେଁ ଖେଳ ଘର , ପବିତ୍ର ବନ୍ଦନ , ଧର୍ମ ସହିଲେ ହେଲା , ଏବଂ ସନ୍ତାନ ଆଦି ,ସମେତ ଅନେକ ଓଡ଼ିଆ ସିନେମାରେ ନିଜ ଅଭିନୟର୍ ଯାଦୁ ଦେଖାଇଛନ୍ତି ।

୨୦୦୨ ରେ ରିଲିଜ୍ ହୋଇ ଥିବା ଓଡ଼ିଆ ସିନେମା ସନ୍ତାନ ପରେ ରଚନା ବାନାର୍ଜି ଆଉ କୈଣସି ବି ଓଡ଼ିଆ ସିନେମା କରି ନାହାଁନ୍ତି ।

Leave A Reply

Your email address will not be published.