Latest Odisha News

BREAKING NEWS

ନାବାଳିକାକୁ ବ୍ଲାକମେଲ କରୁଥିବା ଯୁବକକୁ ବିଜୟୱାଡାରୁ ଉଠାଇ ଆଣିଲା ପୋଲିସ

ପାରାଦ୍ଵୀପ: ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବ୍ଲାକମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟ‌ଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକ ସହିତ ନାବାଳିକାର ପରିଚୟ ହୋଇଥିଲା । ଉଭୟ ବିଭିନ୍ନ ସମୟରେ କଥାବାର୍ତ୍ତା ହେବା ସହିତ କିଛି ଫଟୋ ଉଠାଇଥିଲେ । ଯୁବକ ଜଣଙ୍କ ଚାକିରି କରିବାକୁ ବାହାର ରାଜ୍ୟକୁ ଯିବା ପରେ ଉଭୟଙ୍କ ମଧ୍ୟରେ ବେଶି କଥାବାର୍ତ୍ତା ହେଉନଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ସହିତ ଉଠାଇଥିବା କିଛି ଅଶ୍ଲୀଳ ଫଟୋକୁ ନେଇ ବ୍ଲାକ୍ ମେଲ୍ ଆରମ୍ଭ କରିଥିଲା ।

କିଛି ଦିନ ଅଳ୍ପ ଅଳ୍ପ ଟଙ୍କା ନାବାଳିକା ପଠାଇଥିବା ବେଳେ, ଯୂବକ ଜଣଙ୍କ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ପୀଡିତା ନଦେଇ ପାରିବାରୁ ଯୁବକ ଜଣଙ୍କ ଏକ ଇନଷ୍ଟାଗ୍ରାମ ଆଇଡି ଖୋଲି ନାବାଳୀକାଙ୍କ ଫଟୋକୁ ଭାଇରାଲ କରିଥିଲା । ଫଳରେ ପରିବାର ପକ୍ଷରୁ ଗତ ୫ ତାରିଖରେ ଲକ୍ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଯୁବକଙ୍କ ଠିକଣା ଖୋଜି ତାଙ୍କୁ ବିଜୟ‌ଓ୍ବାଡାରୁ ଉଠାଇ ଆଣିବା ସହିତ କୋର୍ଟ ଚାଲାଣ କରିଛି ।

 

Comments are closed.