ପାରାଦୀପ: ଆଗାମୀ ୨୨ ଦିନ ପାଇଁ ସଟ୍ଡାଉନ୍ ହେବ ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର । ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏଁ ଏହାକୁ ସଟ୍ଡାଉନ୍ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ଜିଲ୍ଲାପାଳ କହିଛନ୍ତି,ଆଇଓସିଏଲ କୁ ସଟ୍ ଡାଉନ କରାଯାଇ କାରଖାନାର ମେଣ୍ଟେନାସ୍ କାର୍ଯ୍ୟ ହେବ। ଏଥିପାଇଁ ଆବଶକୀୟ ଟେକ୍ନିକାଲ ଟିମ ଓ ଶ୍ରମିକ ମାନେ ଆଇଓସିଏଲ ମଧ୍ୟରେ ରହିଛନ୍ତି। ଆଖ ପାଖ ଅଞ୍ଚଳରୁ ପାଖା ପାଖି ୮୦୦ ଲୋକ ଏହି କାର୍ଯ୍ୟରେ ନିୟୋଜିତ ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ଆଇଓସିଏଲକୁ ଲାଗିଥିବା ଅଞ୍ଚଳରେ ୧୪୪ ଜାରି କରାଯିବା ସହିତ ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ବର୍ତ୍ତମାନ ଆଇଓସିଏଲରେ ଦୈନିକ ପାଖାପାଖି ୧୩୦ ଜଣଙ୍କର ସ୍ବାବ୍ ସଂଗ୍ରହ କରାଯାଉଛି। ସମସ୍ତଙ୍କର କରୋନା ଟେଷ୍ଟ କରାଯିବ। ଏହି ସବୁର ଦାୟୀତ୍ବ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ଦିଆଯାଇଛି। ସମସ୍ତ ଜନସାଧାରଣ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅନୁରୋଧ କରିଛନ୍ତି।
Comments are closed.