Latest Odisha News

BREAKING NEWS

ଜୁଲାଇ ୨୨ରେ ଓଡିଶାର ୪ ରାଜ୍ୟସଭା ସଦସ୍ୟଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଓଡିଶାର ୪ ସଦସ୍ୟ ଆସନ୍ତା ଜୁଲାଇ ୨୨ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ଶପଥ ନେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାରଙ୍କ ସମେତ ମମତା ମହନ୍ତ ରାଜ୍ୟସଭା ସଦସ୍ୟ ଭାବେ ଗତ ଏପ୍ରିଲ୍ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା । ହେଲେ କରୋନା ଜନିତ ଲକଡାଉନ୍ ଯୋଗୁଁ ଶପଥ ଗ୍ରହଣ ସମାରୋହ ବାତିଲ କରି ହୋଇଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ପ୍ରଥମଥର ଲାଗି ପ୍ରାୟ ୬୧ ଜଣ ସଦସ୍ୟ ରାଜ୍ୟସଭାର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଶପଥ ନେବେ । ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ଦ୍ୱାରା ନବନିର୍ବାଚିତ ସଦସ୍ୟ ମାନଙ୍କୁ ଜୁଲାଇ ୨୨ରେ ଶପଥ ନେବା ଲାଗି ପତ୍ର ଲେଖାଯିବ ।

ତେବେ ଯେଉଁମାନେ ସେହିଦିନ ଶପଥ ଗ୍ରହଣ ନକରି ପାରିବେ ସେମାନେ ମୌସୁମୀ ଅଧିବେଶନରେ ଶପଥ ନେବେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.