Latest Odisha News

BREAKING NEWS

ଆଜି ‘ଇଣ୍ଡିଆ’ ର ରାଜନୈତିକ ସମ୍ମିଳନୀ, ଯୋଗ ଦେଲେ ୧୭ ଦଳର ହଜାରେରୁ ଅଧିକ ନେତା

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ଦଳ ବା ଇଣ୍ଡିଆ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଲେ ୧୭ଟି ଦଳର ହଜାରେରୁ ଅଧିକ ନେତା। ଜୁଲାଇ ୨୬ରେ କଂଗ୍ରେସ ଆହ୍ୱାନରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦ୍ୱିତୀୟଥର ପାଇଁ ଏକାଠି ହୋଇଥିଲେ।

ଆଜିର ଏହି ବୈଠକରେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ପରିବର୍ତ୍ତନ କରିବାକୁ ଯୋଜନା ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବା ନେଇ ସୂଚନା ରହିଛି। ସେହିପରି ଆଗାମୀ ଦିନରେ ମିଳିତ ମଞ୍ଚ ସାରା ରାଜ୍ୟରେ ଆନ୍ଦୋଳନ କରିବ।

ବୈଠକରେ କଂଗ୍ରେସ, ସିପିଆଇ(ଏମ), ସମତା କ୍ରାନ୍ତି ଦଳ, ସମୃଦ୍ଧ ଓଡ଼ିଶା, ସମାଜବାଦୀ ପାର୍ଟି, ଆରଜେଡ଼ି, ସିପିଆଇ, ସିପିଆଇଏମ୍ଏଲ୍, ଟିଏମସି, ଆପ୍, ଜେଏମଏମ୍ ଆଦି ପ୍ରମୁଖ ଦଳର ନେତାମାନେ ଯୋଗେ ଦେବେ। ଏହି ବୈଠକରେ ସବୁ ଦଳର ନେତାମାନେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାର ପରିବର୍ତ୍ତନ କରିବା ବିଷୟରେ ଆଲୋଚନା କରିବେ। ସେହିପରି ଦାଦାନ ପ୍ରସଙ୍ଗ, ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷକର ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ କିଭଳି ସରକାରଙ୍କୁ ଘେରାଯିବ ସେନେଇ ଦଳର ନେତାମାନେ ଆଲୋଚନା କରିବେ।

Leave A Reply

Your email address will not be published.