ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ଏଭଳି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ରାଜ୍ୟସଭାରେ ଶୂନ୍ୟକାଳରେ ଲିଖିତ ଆକାରରେ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଦାବି କରିଥିବା ଜଣା ପଡ଼ିଛି। ତାଙ୍କର ଏହି ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଡିଏମକେ ସମର୍ଥନ କରିଛନ୍ତି।
ଆଜି ଶୂନ୍ୟକାଳରେ ନବ ଉତ୍କଳର ନିର୍ମାତା ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦର ନାମିତ ହେବା ଉଚିତ୍ ବୋଲି ବିଜେଡି ସାଂସଦ ଦାବି ଜଣାଇଥିଲେ । ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦରର ପ୍ରତିଷ୍ଠାତା ଥିଲେ, ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଆଖି ଆଗରେ ରଖି ତାଙ୍କ ସ୍ମୃତିରେ ପାରାଦୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରାଯାଉ ଏବଂ ଏହାର ନାମ ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏହି ଦାବିକୁ ଗୃହରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଡିଏମକେ ସମର୍ଥନ କରିଥିବା ଜଣାପଡ଼ିଛି।
Comments are closed.