Latest Odisha News

BREAKING NEWS

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ଖୁଲ୍ଲାସା କଲେ ପତ୍ନୀ ବିଦ୍ୟାଭାରତୀ

ମୟୂରଭଞ୍ଜ: ପାରଳାଖେମୁଣ୍ଡି ଏସିଏଫି ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ଓ ବୟାନ ସାମନାକୁ ଆସୁଛି । ହତ୍ୟା ଅଭିଯୋଗ ଆଣି ସୌମ୍ୟଙ୍କ ପତ୍ନୀ ନାଁରେ ଅଭିଯୋଗର ଲମ୍ବା ତାଲିକା ଦେଇଥିଲେ ଶାଶୁ ଘର ଲୋକ । ଏବେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ଖୁଲ୍ଲାସା କରିଛନ୍ତି । ବିଦ୍ୟାଭାରତୀ କହିଛନ୍ତି, ସୌମ୍ୟଙ୍କର ଅଲଗା ଝିଅଙ୍କ ସହ ସମ୍ପର୍କ ଥିଲା । ଫୋନରେ ଘଣ୍ଟା ଘଣ୍ଟା କଥା ହେଉଥିଲେ ସୌମ୍ୟରଞ୍ଜନ ।

ବିଦ୍ୟାଭାରତୀ କହିଛନ୍ତି, କାହିଁକି ଶାଶୁଘର ଲୋକ ତାଙ୍କ ବିଷୟରେ ମିଛ କଥା କହୁଛନ୍ତି ସେ ଜାଣି ନାହାନ୍ତି । ଶାଶୁ ସବୁବେଳେ କୁହନ୍ତି ମୁଁ ଯେମିତି ବୋହୂ ଚାହୁଁଥିଲି ମୋତେ ସେମିତି ବୋହୂଟିଏ ମିଳିଛି । ଏବେ ସେମାନଙ୍କର କଥାରେ ପରିବର୍ତ୍ତନ ହୋଇଛି ବୋଲି ବିଦ୍ୟାଭାରତୀ କହିଛନ୍ତି । ସୌମ୍ୟଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା ।
ବିଦ୍ୟାଭାରତୀ କହିଛନ୍ତି, ବାହାଘରର ତିନି ମାସ ଯାଏ ସବୁ ଠିକଠାକ୍ ଥିଲା । କିନ୍ତୁ ଭୁବନେଶ୍ୱର ଆସିବା ପରେ ସବୁ କିଛି ବଦଳିଥିଲା । ସେବେଠାରୁ ଆରମ୍ଭ ହୋଇଥିଲା ଝଗଡ଼ା । ବିଦ୍ୟାଭାରତୀ ଆହୁରି କହିଛନ୍ତି, ଭୁବନେଶ୍ୱରରେ ସୌମ୍ୟଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଗୋଟିଏ ଝିଅର ଫୋନ୍ ଆସିଥିଲା ।

ତାପୂର୍ବରୁ ସୌମ୍ୟ ଗୋଟେ ଝିଅକୁ I Love You ମେସେଜ କରିଥିବା ସେ ଦେଖିଥିଲେ । ତାପରଠୁ ସେ ତାଙ୍କ ଫୋନ୍ ମୋତେ ଦିଅନ୍ତି ନାହିଁ । ପାସଓ୍ୱାଡ୍ ଦିଅନ୍ତିନି ବୋଲି କହିଛନ୍ତି । ଫୋନରେ କାହା ସହ ଘଣ୍ଟା ଘଣ୍ଟା କଥା ହୁଅନ୍ତି ।

ବ୍ୟାଚଲର ପାର୍ଟି ଅଭିଯୋଗ ଉପରେ ପ୍ରତିକ୍ରିୟାରେ ବିଦ୍ୟାଭାରତୀ କହିଛନ୍ତି, ସେଇଟା ବ୍ୟାଚଲର ପାର୍ଟି ନଥିଲା । ବାହାଘର ପାର୍ଟି ଥିଲା । କରୋନା ସମୟରେ ଭୋଜି ଦେଇ ନଥିବାରୁ ସାଙ୍ଗମାନଙ୍କୁ ଡାକି ଭୋଜି ଦେଇଥିବା କହିଛନ୍ତି । ଏବେ ଶାଶୁ ଘର ଲୋକ ତାଙ୍କ ନାଁରେ ଯାହା ଅଭିଯୋଗ ଆଣିଛନ୍ତି ସବୁ ଭିତ୍ତିହୀନ । ସେସବୁ କଥାରେ କୌଣସି ସତ୍ୟତା ନାହିଁ ।

Leave A Reply

Your email address will not be published.