Latest Odisha News

BREAKING NEWS

ରଥାରୁଢ଼ ହେଲେ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା

ପୁରୀ: ଜନ୍ମବେଦୀ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ଫେରିବେ ମହାପ୍ରଭୁ । ରଥ ଚଢ଼ା ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡ଼ିବେ ଶ୍ରୀଜଗନ୍ନାଥ । ସମସ୍ତ ନୀତିକାନ୍ତି ସରିବା ପରେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ଆଗରୁ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଗୋଟି ପହଣ୍ଡିରେ ଗୁଣ୍ଡିଚାମନ୍ଦିରରୁ ବାହାରିଥିଲେ ଚକ୍ରରାଜ ଶ୍ରୀସୁନଦର୍ଶନ । ପରେ ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ପହଣ୍ଡିରେ ଆଣି ସେବାୟତ ରଥାରୁଢ଼ କରିଥିଲେ ।

ପ୍ରଭୁ ଶ୍ରୀବଳଭଦ୍ରଙ୍କ ପରେ ଗୁଣ୍ଡିଚାମନ୍ଦିରରୁ ନାକଟଣା ଦ୍ୱାର ଦେଇ ପହଣ୍ଡିରେ ଆସିଥିଲେ ଦେବୀ ସୁଭଦ୍ରା । ଏବେ କାଳିଆ ଠାକୁରଙ୍କୁ ଗୋଟି ପହଣ୍ଡିରେ ଜନ୍ମବେଦୀରୁ ରଥ ନିକଟକୁ ଆଣୁଛନ୍ତି ସେବାୟତ । ଟାହିଆ ହଲାଇ ଗୁଣ୍ଡିଚାମନ୍ଦିରରୁ ନାକଚଣା ଦ୍ୱାର ଦେଇ ବାହାରୁଛନ୍ତି ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଏହି ପହଣ୍ଡି ଦେଖିଲେ ଯେମିତି ଲାଗୁଛି ଜନ୍ମବେଦୀ ଛାଡ଼ି ଯିବାକୁ ମନ ହେଉନି ।

ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ଗଗନ ପବନ । ଭକ୍ତିମୟ ପରିବେଶରେ ଉଛୁଳି ପଡୁଛି ଶରଧାବାଲି । କିନ୍ତୁ ନାହାନ୍ତି ଭକ୍ତ । କରୋନା ଯୋଗୁ ବିନା ଭକ୍ତରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.