Latest Odisha News

BREAKING NEWS

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କ ସମେତ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ସରରକାରୀ କ୍ୱାର୍ଟର୍ସରୁ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ କରିବା ପରେ ଆରମ୍ଭ ହୋଇଛି ଜେରା । ଆଜି ପାରଳାଖେମୁଣ୍ଡି ଥାନାପେ ୫ ଜମଙ୍କୁ ଜେରା ଚାଲିଛି । ଏମାନଙ୍କ ଭିତରେ ଅଛନ୍ତି ରୋଷେୟା ମନ୍ମଥ କୁମ୍ଭ । ଯିଏ ସୌମ୍ୟ ପୋଡ଼ି ହେବା ଦିନ ତାଙ୍କ କ୍ୱାର୍ଟର୍ସକୁ ଯାଇଥିଲେ ।

ସେହିପରି ଆଉ ଦୁଇ ଜଣ ସହକାରୀ ବନ ସଂରକ୍ଷକ ଓ ଦୁଇ ଜଣ ଫରେଷ୍ଟ ଗାର୍ଡଙ୍କୁ ପଚରାଉଚରା କରୁଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର । ରୋଷେୟାଙ୍କୁ ଘଟଣା ଦିନ କଣ ଦେଖିଥିଲେ ଏବଂ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବାବଦରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ସେହିପରି ଅନ୍ୟ ବନ ଅଧିକାରୀ ଓ କର୍ମଚାରୀଙ୍କୁ ସୌମ୍ୟଙ୍କ ଚାକିରି ବାବଦରେ ପଚରାଉଚରା କରାଯାଉଥିବା କୁହାଯାଉଛି ।
ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ୩ ଜଣିଆ ଟିମ୍ ଖୋଳତାଡ କରୁଛନ୍ତି । ଦୁଇ ଦିନ ତଳେ ସୌମ୍ୟଙ୍କ ଘରୁ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ହୋଇଥିଲା । ଆଗକୁ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ଗୁରାଣ୍ଡି ଥାନା ଓଆଇସି ମମତା ପାଣ୍ଡାଙ୍କୁ ବି ଜେରା କରିବ କ୍ରାଇମବ୍ରାଞ୍ଚ । ଏମାନଙ୍କ ନାଁରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାର ଲୋକ ।

ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ ଜେରା ପାଇଁ କପ୍ତିପଦା ଯିବ କ୍ରାଇମବ୍ରାଞ୍ଚ ଟିମ୍ । ସେହିପରି ସୌମ୍ୟ ଓ ବିଦ୍ୟାଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରି ବୟାନ ରେକର୍ଡ କରାଯାଇପାରେ । ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ଆଗେଇଛି ।

ମାସେ ଧରି ତଦନ୍ତ କରିବା ପରେ ବି ଗଜପତି ପୋଲିସ ଜାଣି ପାରିଲା ନାହିଁ ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା କେମିତି ? ଏହି ରହସ୍ୟର ଖିଅ ଖୋଜି ବାହାର କରିବା ତଦନ୍ତକାରୀ ଟିମ୍ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

Leave A Reply

Your email address will not be published.