Latest Odisha News

BREAKING NEWS

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ସୌମ୍ୟରଞ୍ଜଙ୍କ ମାଆ ନା ପତ୍ନୀ, କିଏ କହୁଛନ୍ତି ସତ ?

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଅଡୁଆ ସୂତାରେ ଗୋଡେଇ ହୋଇଛି । ଦିନ ଗଡ଼ିବା ସହ ରହସ୍ୟ ବଢୁଛି । ସାମନାକୁ ଆସୁଛି ନୂଆ ନୂଆ କଥା । ସୌମ୍ୟଙ୍କ ପତ୍ନୀ ତଥା ବୋହୂ ବିଦ୍ୟାଭାରତୀଙ୍କ ଉପରେ ପରିବାର ଲୋକ ଅଭିଯୋଗର ଲମ୍ବା ତାଲିକା ଦେଇଛନ୍ତି । ଏହାପରେ ମୁହାଁ ଖୋଲିଛନ୍ତି ବିଦ୍ୟାଭାରତୀ । ସୌମ୍ୟଙ୍କର ପରକୀୟା ପ୍ରୀତି ଚାଲିଥିବା କହିଛନ୍ତି ।

ବିଦ୍ୟାଭାରତୀଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନଙ୍କ ମାଆ । କହିଛନ୍ତି, ବୋହୂ ମିଛ କହୁଛି । ତାଙ୍କ ପୁଅର ଅନ୍ୟ ଝିଅ ସହ ସମ୍ପର୍କ ଅଭିଯୋଗ ମିଛ । ଯଦି ସେମିତି ବୋହୂ କିଛି ଜାଣିଥିଲେ ମୋତେ କାହିଁକି କହି ନଥିଲା ବୋଲି ପ୍ରଶ୍ନ କରିଛନ୍ତି । ମାମଲାରୁ ଖସି ଯିବାକୁ ଚାଲ ଖେଳୁଛି ବୋଲି ସୌମ୍ୟଙ୍କ ମାଆ କହିଛନ୍ତି ।

ବିଦ୍ୟାଭାରତୀ ଗଣମାଧ୍ୟମ ଆଗରେ କହିଥିଲେ ଯେ, ସୌମ୍ୟଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା । ସେ ଘଣ୍ଟା ଘଣ୍ଟା ଫୋନରେ କଥା ହୁଅନ୍ତି । ସେପଟେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା କହିଛନ୍ତି, ଝିଅ-ଜ୍ୱାଇଁଙ୍କ ଭିତରେ ଭଲ ସମ୍ପର୍କ ଥିଲା । ଜ୍ୱାଇଁ ବି ତାଙ୍କ ପାଖକୁ ଫୋନ୍ କରନ୍ତି । ଯେଉଁ ଏଗ୍ରେମେଣ୍ଟ କଥା କୁହାଯାଉଛି ତାହା ସମ୍ଭବ ନୁହେଁ । ଜ୍ୱାଇଁ ତାଙ୍କର ଦେବତା ତୁଲ୍ୟ ଥିଲେ ବୋଲି କହିଛନ୍ତି ବିଦ୍ୟାଭାରତୀଙ୍କ ବାପା ।

କିଏ କହୁଛି ସତ । ସୌମ୍ୟଙ୍କ ପରିବାର ଲୋକ ନା ପତ୍ନୀ ବିଦ୍ୟାଭାରତୀ ? କାହାର ଥିଲା ପରକୀୟା ପ୍ରୀତି । ଅଭିଯୋଗ ଅନୁସାରେ, ସୌମ୍ୟରଞ୍ଜନଙ୍କର ନା ପତ୍ନୀ ବିଦ୍ୟାଭାରତୀଙ୍କର ? ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି । ଦିନକୁ ଦିନ ଅଧିକ ରହସ୍ୟ ଭିତରକୁ ଚାଲି ଯାଉଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ । କେବେ ଉଠିବ ପରଦା, ତାଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.