Latest Odisha News

୩ ଦିନ ପାଇଁ ସଟଡାଉନ ଘୋଷଣା ହେଲା ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡି: ଦିନକୁ ଦିନ ଭୟଙ୍କର ହେଉଛି କରୋନା। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ୩ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଶୁକ୍ରବାର ଠାରୁ ଆସନ୍ତା ୩ ଦିନ ପାଇଁ ଏହି ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ। ଏ ନେଇ ‌ଜିଲାପାଳ ଅନୁପମ ଶାହା ଘୋଷଣା କରିଛନ୍ତି ।

ଜିଲ୍ଲାପାଳ ଦେଇଥିବା ସୂଚନ ଅନୁଯାୟୀ, ୬୦ଟି ମେଡିକାଲ ଟିମ୍ ଦ୍ୱାରା ସହରବାସୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ । ଏଥିପାଇଁ ୧୬ ସେକ୍ଟର ଅଫିସରଙ୍କୁ ନେଇ ଟିମ୍ ଓ ୪ଟି ପୁଲିସ ଟିମ୍ ନିୟୋଜିତ ହେବେ।

Leave A Reply

Your email address will not be published.