Latest Odisha News

BREAKING NEWS

ଗୁଜରାଟ ନିର୍ବାଚନ ଦାୟିତ୍ୱରେ ଥିବା ପାରାମିଲିଟାରୀ ଯବାନଙ୍କ ଗୁଳିରେ ଟଳିଲେ ୨ ଯବାନ

ପୋରବନ୍ଦର: ଗୁଜରାଟ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପାରାମିଲିଟାରୀ  ଯବାନଙ୍କ କାଣ୍ଡ । ୨ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ  ଆଉ ଜଣେ ଯବାନ । ଏହି ଘଟଣାରେ ଅନ୍ୟ ୨ ଯବାନ ଗୁରୁତର ହୋଇଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପୋରବନ୍ଦରରେ  ନିୟୋଜିତ ପାରାମିଲିଟାରି ଫୋର୍ସର ଜଣେ ଯବାନଙ୍କ ଗୁଳିରେ ୨ଯବାନ ମୃତ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।  ଆହତଙ୍କ ମଧ୍ୟରୁ ଜଣଙ୍କ ପେଟରେ ଓ ଆଉ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ପ୍ରଥମେ ପୋରବନ୍ଦର ଜେନେରାଲ ହସପିଟାଲ ଓ ପରେ ଜାମନଗର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡ ଘଟାଇଥିବା ଯବାନ ହେଉଛନ୍ତି କନଷ୍ଟେବଲ ଏସ୍ ଇନାଚାସିଂ । ସେମାନେ ସମସ୍ତେ ପୋରବନ୍ଦରରୁ ୨୫ କିଲୋମିଟର ଦୂର ଟୁକଡା ଗୋସା ଗାଁର ଏକ ବାତ୍ୟା ଆଶ୍ରୟସ୍ଥଳୀ ରହୁଥିଲେ ।

ଘଟଣାଟି ଗତକାଲି ସନ୍ଧ୍ୟାବେଳେ ହୋଇଛି । ସେତେବେଳେ ସେମାନେ ଡ୍ୟୁଟିରେ ନଥିଲେ । ଗୁଳିମାରିଥିବା ଯବାନ ତାଙ୍କ ଏକେ-୪୭ ରାଇଫଲରୁ ଗୁଳି ଚଳାଇଛନ୍ତି । ସେମାନେ ଆଇଆରବି, ମଣିପୁରରୁ ଡେପୁଟେସନରେ ଗୁଜରାଟକୁ ଆସିଥିଲେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଏ.ଏମ୍.ଶର୍ମା ସୂଚନା ଦେଇଛନ୍ତି । ତେବେ ଯବାନ କାହିଁକି ଗୁଳି ମାରିଥିଲେ, ସେନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.