Latest Odisha News

BREAKING NEWS

ଅମଙ୍ଗ ଝିଅକୁ ସ୍କୁଲ ପଠାଇବାକୁ ଦାମି ଉପହାର ଦେଲେ ବାପାମାଆ

ମାଲେସିଆ: ଧନୀ ଲୋକମାନେ ପ୍ରାୟତଃ ସେମାନଙ୍କ ଟଙ୍କା ଏବଂ ଧନରେ ଏତେ ବୁଡି ଯାଆନ୍ତି ଯେ ସେମାନଙ୍କ ଆଖିରେ ଟଙ୍କା ମୂଲ୍ୟ କମିଯାଏ । ସେମାନଙ୍କର ପିଲାମାନେ ମଧ୍ୟ ଏହିପରି ହୁଅନ୍ତି । ପିଲାଦିନରୁ ସେମାନେ ମହଙ୍ଗା ପୋଷାକ, ମହଙ୍ଗା ଖେଳନା, କାର, ବାଇକ୍‌, ଘଣ୍ଟା ଇତ୍ୟାଦି ବ୍ୟବହାର କରନ୍ତି । ଯେଉଁ ବୟସରେ ସେମାନେ ପାଠପ୍ରତି ଧ୍ୟାନ ଦେବା ଉଚିତ୍‌, ସେହି ବୟସରେ ସେମାନେ ଟଙ୍କା ପଛରେ ଦୌଡ଼ିବା ଆରମ୍ଭ କରନ୍ତି । ନିକଟରେ ଜଣେ ବାପାମାଆ ନିଜ ଝିିଅକୁ ଏପରି ମହଙ୍ଗା ଉପହାର ଦେଇଛନ୍ତି ଯାହା ବିଷୟରେ ଆପଣ ଜାଣିଲେ ତାଜୁବ୍ ହୋଇଯିବେ ।

ମାଲେସିଆରେ ରହୁଥିବା ଜଣେ ବ୍ୟବସାୟୀ ଫରହାନା ଜାହରା ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଚର୍ଚ୍ଚାର କାରଣ ସେ ତାଙ୍କର ୫ ବର୍ଷର ଝିଅକୁ ଏକ ମର୍ସିଡିଜ୍ କାର ଉପହାର ଦେଇଛନ୍ତି । ଉପହାର ଦେବାର କାରଣ ଏତେ ଅଦ୍ଭୁତ ଯେ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ଝିଅ ପାଠ ପଢିବାକୁ କେବେ ଆଗ୍ରହ ଦେଖାଏ ନାହିଁ କି ସ୍କୁଲ ଯିବାକୁ ବି ପସନ୍ଦ କରେ ନାହିଁ । ଦିନେ ଫରହାନା ଝିଅକୁ ଜନ୍ମଦିନରେ କେଉଁ ଉପହାର ଦରକାର ବୋଲି ପଚାରିଥିଲେ । ଖୁସି ହୋଇ ଝିିଅ କହିଲା, ମୋର ଏକ ମର୍ସିଡିଜ୍ ବା ବିଏମଡବ୍ଲ୍ୟୁ କାର ଦରକାର । ଫରହାନା ତାଙ୍କୁ ଆଶ୍ୱାସନା ଦେଲେ ଯେ, ଯଦି ନିୟମିତ ସ୍କୁଲ ଯିବୁ, ତେବେ ଚାହୁଁଥିବା ଉପହାର ଦିଆଯିବ । ଏହା ଶୁଣି ଝିଅ ରାଜି ହୋଇଗଲା । ତା’ପରେ ଝିଅକୁ ଜନ୍ମଦିନରେ ଫରହାନା ତାଙ୍କ ପାଇଁ ସବୁଜ ରଙ୍ଗର ମର୍ସିଡିଜ୍ କାର ଉପହାର ଦେଲେ । ଏହି କାରର ମୂଲ୍ୟ ୧.୭ କୋଟି ଟଙ୍କାରୁ ୨.୫୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅନେକ ନକରାତ୍ମକ ମନ୍ତବ୍ୟ ବି ଦେଇଛନ୍ତି ।

Leave A Reply

Your email address will not be published.